ଭୁବନେଶ୍ୱର: ଏଣିକି ଯାହାର ସାପ କାମୁଡ଼ାରେ ମୃତ୍ୟୁ ହେବ ତାଙ୍କୁ ସରକାରୀ ସହାୟତା ଭାବରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜସ୍ୱ ମନ୍ତ୍ରୀଙ୍କ କହିବା ମୁତାବକ, ବର୍ତ୍ତମାନ ସାପ କାମୁଡ଼ା ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳୁଛି । ମାତ୍ର ସୁପ୍ରିମକୋର୍ଟ ଏହି ଅର୍ଥରାଶିକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ସାପ କାମୁଡ଼ାରେ ମୃତ୍ୟୁ ହେଲେ ପୀଡ଼ିତ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ସୁପାରିସ୍ ହୋଇଛି । ଏନେଇ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଆସିଛି । ସୁପ୍ରିମକୋର୍ଟ ଏକ ନିଦ୍ଧିଷ୍ଟ ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି । ବଜ୍ରାଘାତ ଓ ପାଣିରେ ବୁଡ଼ି ମୃତ୍ୟୁ ହେଲେ ମଧ୍ୟ ସମାନ କ୍ଷତିପୂରଣ ମିଳିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ କହିଛନ୍ତି ।