ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଧାନ କିଣିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମିଲରଙ୍କୁ ଗୋଦାମ ଖାଲି କରିବାକୁ ଦାୟିତ୍ଵ ଦିଆଯାଇଛି।
ତେବେ ଗତ ବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଧାନ ଚାଷ ହୋଇଛି। ଯେଉଁମାନେ ପଞ୍ଜୀକରଣ କରିଛନ୍ତି, ସେମାନଙ୍କ ଠାରୁ ଧାନ କିଣାଯିବ। ଏଥର ୩୨ଟି ମଡେଲ ମଣ୍ଡି ପାଇଁ ଟେଣ୍ଡର ଦିଆଯାଇଛି। ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଦୁଇ ବର୍ଷ ଭିତରେ ସରକାରରେ ୧୦୦ଟି ମଡେଲ୍ ମଣ୍ଡି ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଅଧିକ ପଢନ୍ତୁ: ରାଜ୍ୟରେ ଗଠନ ହେବ ଆଉ ୪ ନୂଆ ତହସିଲ୍; ଆଗାମୀ ୭ ଦିନ ମଧ୍ୟରେ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ