କଟକ: କଟକ ସଦର ଥାନା ଅଞ୍ଚଳ ବାଲିକୁଦା ନିକଟରୁ ନକଲି ଘିଅ ତିଆରି କାରଖାନା ଉପରେ ଚଢ଼ାଉ କରାଯାଇଛି। ସଦର ଥାନା ପୋଲିସ ଏବଂ ଇନ୍ଫୋର୍ସମେଣ୍ଟ ଟିମର ମିଳିତ ସହଯୋଗରେ ଚଢ଼ାଉ କରାଯାଇଥିଲା। ନକଲି ଘିଅ, ଜଡ଼ାତେଲର ଶତାଧିକ ଖାଲି ପକେଟ ଏବଂ ଡ଼ବା ଜବତ କରାଯାଇଛି।
କୌଣସି ସୂତ୍ରରୁ ପୋଲିସ ଖବର ପାଇ ସନ୍ଧ୍ୟା ସମୟରେ ରେଡ କରିଥିଲା। ଏହି ରେଡ ରେ ଉକ୍ତ କମ୍ପାନୀକୁ ସିଲ କରାଯାଇଥିବା ବେଳେ ଘିଅ ଏବଂ ଅନ୍ୟାନ୍ୟ ସାମଗ୍ରୀର ନମୁନା ପରୀକ୍ଷା କରାଯାଉଛି।