ଭଦ୍ରକ: ବର୍ତ୍ତମାନ ରାଜ୍ୟରେ ଚାଲିଛି ମିଶନ୍ ବାଂଲାଦେଶୀ । ବିଭିନ୍ନ ଜିଲ୍ଲାରେ ବେଆଇନଭାବେ ରହିଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଉଛି । ଆଜି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବାଂଲାଦେଶୀଙ୍କୁ ଉପରେ ଚଢ଼ଉ ହୋଇଛି । ପ୍ରାୟ ୧୨ ଜଣ ଅଣଓଡ଼ିଆଙ୍କୁ ସନ୍ଦିଗ୍ଧ ବାଂଲାଦେଶୀ ଚିହ୍ନଟ କରି ପୋଲିସ ଅଟକ ରଖିଛି ।
ପୋଲିସ ଅଧିକାରୀ ଦୟାନିଧି ଦାଶଙ୍କ ସୂଚନା ମୁତାବକ, ଭଦ୍ରକ ସହରାଞ୍ଚଳ ଥାନା ଅଧିନସ୍ଥ ବାଇପାସ୍ ଛକରେ ଥିବା ଏକ ରାତ୍ରି ଆଶ୍ରୟସ୍ଥଳୀରେ ପୋଲିସ କେତେ ଜଣ ଅଣଓଡ଼ିଆ ଲୋକଙ୍କୁ ଧରି ଯାଞ୍ଚ କରୁଛି । ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଂଲାଦେଶୀ ସନ୍ଦେହରେ ୧୨ ଜଣଙ୍କୁ ପୋଲିସ ଅଟକ ରଖିଛି । ଏମାନେ ବିଭିନ୍ନ ସ୍ଥାନରେ ରହିଛି ବୁଲା ବେପାର କରୁଛନ୍ତି । ପ୍ରାଥମିକ ଭାବେ ସେମାନଙ୍କ ନିକଟରୁ ମିଳିଥିବା ପ୍ରମାଣପତ୍ର ହିସାବରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର କିଛି ଲୋକ ଅଛନ୍ତି । ଅଧିକ ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଜଗତସିଂହପୁର ଜିଲ୍ଲା ତରିକୁନ୍ଦ ବଜାର ନିକଟସ୍ଥ ବେହରାମପୁରରେ ବାଂଲାଦେଶୀ ରହୁଥିବା ଘରଗୁଡ଼ିକୁ ଉଚ୍ଛେଦ କରାଯାଇଛି । ଚଢାଉ ସମୟରେ ୨ଜଣ ମହିଳା ଓ ଜଣେ ଯୁବକ ଗିରଫ ହୋଇଥିଲେ । ବସ୍ତିର ୧୭ ବଖରା ଆଜବେଷ୍ଟ ଘରକରି ସରକାରୀ ଜମିକୁ ମାଡ଼ିବସିଥିଲେ । ଉକ୍ତ ଘରୁ ଗୋଟେ ବନ୍ଧୁକ ସହ ବିଭିନ୍ନ ମାରଣା ଜବତ କରାଯାଇଥିଲା । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ପୋଲିସ ଯାଞ୍ଚ କରିଛି । ବିଭିନ୍ନ ଯାତ୍ରୀବାହୀ ବସକୁ ଅଟକାଇ ପରିଚୟ ପତ୍ର ଯାଞ୍ଚ କରାଯାଇଥିଲା ।