ଭୁବନେଶ୍ୱର : ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି ପାରଦ। ଏଥିପାଇଁ ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଗତ ୨ ସପ୍ତାହ ହେବ କ୍ରମାଗତ ଭାବେ ରାଜ୍ୟରେ ତାପମାତ୍ରା ହ୍ରାସ ଯୋଗୁଁ ଏଭଳି ଶୀତ ଲହରୀ ଜାରି ରହିଛି। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଜାଡରେ କଲବଲ ଲୋକ। ତେବେ ଆହୁରି ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ। ସାମାନ୍ୟ ତାପମାତ୍ରା ବଢିଲେ ମଧ୍ୟ ଶୀତର ପ୍ରକୋପ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ତେବେ ଗତ ୨୪ ଘଣ୍ଟାରେ ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ବର୍ତ୍ତମାନ ଜି.ଉଦୟଗିରିରେ ତାପମାତ୍ରା ୫.୩ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ସେମିଳିଗୁଡ଼ାରେ ୭.୭ , ଦାରିଙ୍ଗବାଡି ଓ ଫୁଲବାଣୀରେ ୮, ଅନୁଗୁଳରେ ତାପମାତ୍ରା ୯.୮ ଡିଗ୍ରୀ ରେକର୍ଡ କରାଯାଇଛି।ଏପରିକି ଭୁବନେଶ୍ଵରରେ ମଧ୍ୟ ସକାଳୁ ଏବଂ ସନ୍ଧ୍ୟାରେ ହେବା ମାତ୍ରେ ଶୀତ ବଢ଼ିବାରେ ଲାଗୁଛି।