ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା। ଭୁବନେଶ୍ବରର ଏଜି ଛକରେ ସ୍ଥାପନ ହେବ ଏହି ଘଣ୍ଟା। ଏନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ତେବେ ଏହି ସଡ଼କ ଦୁର୍ଘଟଣା ଘଣ୍ଟା ବିଶେଷ ଭାବେ ଦୁର୍ଘଟଣା ବାବଦରେ ସଚେତନ କରିବା ଲାଗି ଲଗାଯିବ। ଏହା ସଚେତନ ସହ ସକରାତ୍ମକ ଆଚରଣରେ ପରିବର୍ତ୍ତନକୁ ପ୍ରୋତ୍ସାହିତ ମଧ୍ୟ କରିବ। ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଉଛି।
ରାଜ୍ୟରେ ଦୈନନ୍ଦିନ ସଡ଼କ ଦୁର୍ଘଟଣା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। ଦୁର୍ଘଟଣାଜନିତ ମୃତ୍ୟୁ ହାର ଉଦ୍ବେଗଜନ ଭାବେ ବଢ଼ୁଥିବାରୁ ଏଥିରେ ରୋକ୍ ଲଗାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଦୁର୍ଘଟଣାଜନିତ ମୃତ୍ୟୁହାର ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।
ଅଧିକ ପଢନ୍ତୁ: CMC ପକ୍ଷରୁ ଚଢଉ, ନକଲି ଘିଅ ଓ ସାମଗ୍ରୀ ଜବତ