ଭୁବନେଶ୍ୱର : ରାଜ୍ୟରେ ସାମାନ୍ୟ କମିଛି ଶୀତ । ଗତ କିଛି ଦିନ ହେବ ପ୍ରବଳ ଜାଡ଼ ହେଉଥିବା ବେଳେ ଗତକାଲିଠାରୁ ରାତି ତାପମାତ୍ରା ବଢିଛି। ଆଜିଠାରୁ ଥଣ୍ଡାର ପ୍ରକୋପ ଆଉ ଟିକେ କମିପାରେ। ଆସନ୍ତା ୩ ଦିନ ଭିତରେ ରାତି ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ଯାଏଁ ବୃଦ୍ଧି ପାଇବ।
ତେବେ ଆଭ୍ୟନ୍ତରୀଣ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଶୀତ ଅନୁଭୂତ ହେବ। ୧୦ ଡିଗ୍ରୀ ତଳେ କନ୍ଧମାଳ ଜିଲ୍ଲାର ୨ ସହର।୮.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ରହିଥିବା ବେଳେ ଫୁଲବାଣୀର ତାପମାତ୍ରା ୯ ଡିଗ୍ରୀ ରହିଛି।
ସେହିପରି ୧୫ ଡିଗ୍ରୀ ପାଖାପାଖି ରହିଛି ଟୁଇନସିଟି। କଟକରେ ୧୪.୪ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଭୁବନେଶ୍ବର ତାପମାତ୍ରା ୧୫.୨ ଡିଗ୍ରୀ ରହିଛି । ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ଜାରି ରହିବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।