ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ନ ମିଳିବା ଘଟଣାରେ ତତ୍ପରତା ପ୍ରକାଶ କରିଛି ଗଣଶିକ୍ଷା ବିଭାଗ। ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଏନ.ତିରୁମାଲା ନାୟକ। ଯେତେ ଶୀଘ୍ର ସମ୍ଭବ ୟୁନିଫର୍ମ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ।
ଗତ ଜୁନ୍ ମାସରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ ଡିଇଓ ମାନଙ୍କୁ ଚିଠି ହୋଇଥିଲା। ଜୁଲାଇ ୧୫ ତାରିଖ ସୁଦ୍ଧା ୟୁନିଫର୍ମ ଯୋଗାଇବାକୁ ଚିଠି କରାଯାଇଥିଲା। ହେଲେ ଆଜିଯାଏଁ କିଛି ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳି ନଥିଲା। ଏନେଇ ଗତ ୨ତାରିଖରେ ଖବର ପ୍ରସାରଣ କରାଯାଇଥିଲା। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗଣଶିକ୍ଷା ବିଭାଗ ତତ୍ପରତା ଦେଖାଇଛି। ଗଣଶିକ୍ଷା ବିଭାଗ ସଚିବ ଏନ.ତିରୁମାଲା ନାୟକ ତୁରନ୍ତ ଡ୍ରେସ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢନ୍ତୁ: ଆଜି ଶପଥ ନେବେ ନବନିର୍ବାଚିତ ନୂଆପଡ଼ା ବିଧାୟକ ଜୟ ଢୋଲକିଆ