ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବେ ୭୫ ବର୍ଷ। ହେଲେ ଏ ବୟସରେ ବି ସେ ନିଜର ଭାଷଣ, ଲାଇଫ୍ ଷ୍ଟାଇଲ ଓ ରଣନୀତିକୁ ନେଇ ସମସ୍ତଙ୍କ ନିକଟରେ ଜଣେ ପ୍ରିୟ ନେତା ପାଲଟିଛନ୍ତି। ଖାସ କରି ନିଜ ଫ୍ୟାଶନ୍ ସେନ୍ସ ପାଇଁ ମଧ୍ୟ ସେ ବେଶ ପରିଚିତ। ରାଜନୈତିକ ହେଉ ଅବା ସାମାଜିକ କିମ୍ବା ଅନ୍ୟ ଯେକୌଣସି କାର୍ଯ୍ୟକ୍ରମ ସେ ଯେଉଁଠିବି ସାମିଲ ହୁଅନ୍ତି, ସେଠିକାର ପାରମ୍ପରିକ ବେଶଭୂଷାକୁ ଆପଣାଇଥାନ୍ତି। ଏଥିରୁ ତାଙ୍କ ଫ୍ୟାଶନ୍ ଷ୍ଟାଇଲ୍ ସ୍ପଷ୍ଟ ବାରି ହୁଏ। ତାଙ୍କ ଷ୍ଟାଇଲ୍ରେ ଭାରତୀୟତାର ସ୍ପର୍ଶ ଭରି ରହିଥାଏ। ତାଙ୍କ ହାତରେ ବନ୍ଧା ଏକ ଘଣ୍ଟା ହେଉଛି ଏହାର ସଦ୍ୟ ଉଦାହରଣ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିନ୍ଧୁଥିବା ଏହି ଘଣ୍ଟା ବିଷୟରେ ଏବେ ସବୁଠି ଚର୍ଚ୍ଚା ହେଉଛି। କାରଣ ପ୍ରଧାନମନ୍ତ୍ରୀ ମୋଦୀ ପିନ୍ଧୁଥିବା ଏହି ଘଣ୍ଟା ହେଉଛି ରୋମାନ ବାଗ କମ୍ପାନୀର। ଏହି ଘଣ୍ଟାର ବିଶେଷ କଥା ହେଉଛି ଏଥିରେ ୧୯୪୭ ମସିହାର ୧ ଟଙ୍କା ମୁଦ୍ରା ଅଛି। ଏହି ସ୍ବତନ୍ତ୍ର ଘଡ଼ିର ମୂଲ୍ୟ ପ୍ରାୟ ୫୫ ହଜାରରୁ ୬୦ ହଜାର।
ଏହି ୪୩mm ଷ୍ଟେନଲେସ୍ ଷ୍ଟିଲ୍ ଘଣ୍ଟା ଜୟପୁର ୱାଚ୍ କମ୍ପାନୀ ଦ୍ୱାରା ତିଆରି କରାଯାଇଛି। ଏହି ଘଣ୍ଟାଟି ଜାପାନୀ ମିୟୋଟା ଆନ୍ଦୋଳନ ଉପରେ ଆଧାରିତ ହୋଇଛି। ଏହି ଘଣ୍ଟାର ପ୍ରକୃତ ପରିଚୟ ହେଉଛି ଏହାର ଡାଏଲ୍। ଏଥିରେ ଥିବା ୧ ଟଙ୍କା ମୁଦ୍ରାର ମହତ୍ୱ ଗୁରୁତ୍ୱପୂର୍ଣ୍ଣ, କାରଣ ବ୍ରିଟିଶ ଶାସନ ଅଧୀନରେ ଏହା ଥିଲା ଶେଷ ମୁଦ୍ରା।
ଅଧିକ ପଢନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍କିନ୍ କେୟାର ରୁଟିନ୍ ଉପରେ ପ୍ରଶ୍ନ; ମହିଳା କ୍ରିକେଟରଙ୍କ କଥାରେ ମୋଦି ରଖିଲେ ଏଭଳି ଜବାବ, ଦେଖନ୍ତୁ ଭିଡ଼ିଓ