ନୀଳଗିରି : ଆଜିଠାରୁ କୁଲଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭାୟାରଣ୍ୟରେ ହେଉଛି ବାଘ ଗଣନା ।
ସୂଚନା ଅନୁଯାୟୀ ବାଘ ଗଣନା ପାଇଁ ୧୭ଟି ଟିମ୍ ନିୟୋଜିତ ହୋଇଛନ୍ତି। ଏଥିରେ ୭୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ରହିଛନ୍ତି। ୭ଦିନ ଧରି କୁଳଡିହାରେ ବାଘ ଗଣନା କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ରହିଛି । ତେବେ ବାଘ ଗଣନାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
ଆଜି ବନବିଭାଗର ଟିମ୍ କୁଳଡିହା ଅଭୟାରଣ୍ୟର ଚାରିପଟୁ ଘଞ୍ଚଜଙ୍ଗଲ ମଧ୍ଯକୁ ପଶିଛନ୍ତି । ପୂର୍ବରୁ ବାଘ ଗଣନା ପାଇଁ ପ୍ଲାଷ୍ଟର ପ୍ୟାରିସ ବ୍ୟବହାର ହୋଇଥିଲା । ଚଳିତ ବର୍ଷ କିନ୍ତୁ ଟ୍ରାପ କ୍ୟାମେରା ମାଧ୍ୟମରେ ବାଘକୁ ଚିହ୍ନଟ କରାଯିବ। ୧୭ ଟି ସ୍ଥାନରେ ଟ୍ରାପ କ୍ୟାମେରା ଲଗାଯାଇଛି । ଏନେଇ ସୂଚନା ଦେଇଛନ୍ତି କୁଳଡିହା ରେଞ୍ଜର ସୁବ୍ରତ କୁମାର ବେହେରା ।