ବ୍ରହ୍ମପୁରରେ ସିବିଆଇ ଟିମ୍। ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ତଦନ୍ତ ଜାରି ରହିଛି। ଏଥିଲାଗି ଆଜି ସିବିଆଇ ଟିମ୍ ବ୍ରହ୍ମପୁର କୋର୍ଟରେ ପହଞ୍ଚିଛନ୍ତି। ସିବିଆଇ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନ କରିପାରେ। ସିବିଆଇ ଟିମ୍ ସହ କ୍ରାଇମବ୍ରାଞ୍ଚ ମଧ୍ୟ ଉପସ୍ଥିତ ରହିଛି। ସିବିଆଇ କୋର୍ଟକୁ କେସ ରେକର୍ଡ ସ୍ଥାନାନ୍ତର କରିବାକୁ ଜେଏମଏଫ୍ସି କୋର୍ଟରେ ସିବିଆଇ ପିଟିସନ ଦାଖଲ କରିଛି।
ବ୍ରହ୍ମପୁର ଜେଲ୍ରେ ଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ କରାଯିବ ଜେରା। ଅଧିକ ଖୋଲତାଡ଼ ହେବା ପରେ ସବୁ ସତ ସାମ୍ନାକୁ ଆସିବ। ସେପଟେ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ଶଙ୍କରକୁ ଉତ୍ତରାଖଣ୍ଡରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଅପରାଧିକ ପୃଷ୍ଠା ଭୂମି ରହିଛି। ସେ ଦିଲ୍ଲୀରେ ରହି ରିମୋଟ କଂଟ୍ରୋଲ କରୁଥିଲା। ପରୀକ୍ଷା ଦୁର୍ନୀତି ଧରାପଡ଼ିବା ପରେ ସେ ଫେରାର ହୋଇଯାଇଥିଲେ। ତାକୁ ଧରିବାକୁ ଉଦ୍ୟମ ଚଳାଇଥିବା କ୍ରାଇମବ୍ରାଞ୍ଚ ଶେଷରେ ସଫଳ ହୋଇଥିଲା। ଏହି କେଳେଙ୍କାରୀରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଟଙ୍କା କାରବାର କିପରି ହୋଇଛି ଏବଂ ଏହାର ଚେର କେତେଦୂର ଲମ୍ବିଛି, ତାହା ଜାଣିବାକୁ କ୍ରାଇମ୍ବ୍ରାଞ୍ଚ ଚେଷ୍ଟା କରୁଛି।
ଅଧିକ ପଢନ୍ତୁ: ୟୁନିଫର୍ମ ନ ମିଳିବା ଘଟଣାରେ ଗଣଶିକ୍ଷା ବିଭାଗର ତତ୍ପରତା; ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ ନିର୍ଦ୍ଦେଶ