ପୁରୀ: ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି । ଅପରେସନ୍ ଚକ୍ର ଜରିଆରେ ପୋଲିସ ଦୁଇଟି ଡକାୟତ ଗ୍ୟାଙ୍ଗର ୧୦ ଜଣଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ବନ୍ଧୁକ ଓ ଗୁଳି ସହିତ ଅନ୍ୟାନ୍ୟ ମାରଣାସ୍ତ୍ର ଆଦି ଜବତ କରାଯାଇଛି । ଏ ନେଇ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସରି ପ୍ରତୀକ ସିଂ ।
ଗତକାଲି ରାତିରେ ଡକାୟତି ପାଇଁ ଉଦ୍ୟମ କରୁଥିବାବେଳେ ପୁରୀ ଟାଉନ ଥାନା ପୋଲିସ ଚଢ଼ଉ କରିଥିଲା । ଏହି ସମୟରେ ଶିବ ନାୟକ, ବାପିନା ନାୟକ, ସତ୍ୟପ୍ରିୟ ପ୍ରତିହାରୀ, ପ୍ରଫୁଲ୍ଲ ସ୍ୱାଇଁ ଓ ସୁକାନ୍ତ ନାୟକଙ୍କୁ ଗିରଫ କରିଛି ପୋଲିସ । ଏହି ଡକାୟତ ଗ୍ୟାଙ୍ଗ ଲୋକନାଥ ରୋଡ୍ କୁସୁନିଖୁଣ୍ଟିଆ ନିକଟରେ ଏକତ୍ରିତ ହୋଇ ଲୁଟ୍ ପାଇଁ ଉଦ୍ୟମ କରୁଥିଲେ । ସେହିପରି ତାଳବଣିଆ ପୋଲିସ ଅନ୍ୟ ଏକ ଗ୍ୟାଙ୍ଗର ଲୋକନାଥ ମିଶ୍ର, ସନ୍ତୋଷ ମିଶ୍ର, କାଳିଆ ପ୍ରଧାନ, ଦୁଃଶାସନ ସାହୁ ଓ ମାନସ କୁମାର ଭୋଇ । ଏମାନଙ୍କୁ ଭୂଦାନ ଜଙ୍ଗଲ ନିକଟରୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ତିନୋଟି ବନ୍ଧୁକ, ଚାରୋଟି ଜୀବନ୍ତ ଗୁଳି, ଛୁରୀ, ଗୋଟିଏ ଲୁହା ରଡ୍ ଏବଂ ନଗଦ ଟଙ୍କା ଜବତ ହୋଇଛି । ସେମାନଙ୍କୁ ଗିରଫ କରାଯିବା ପରେ ଆଜି କୋର୍ଟରେ ହାଜର କରାଯିବ ବୋଲି କହିଛନ୍ତି ଏସପି ।