ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ବିଜେଡ଼ିର ଲଜ୍ଜାଜନକ ପରାଜୟ ପରେ ଏବେ ହାରିବାର କାରଣ ଖୋଜା ଚାଲିଛି । ଦଳର ଭୁଲ କେଉଁଠି ରହିଲା ସେ ନେଇ ସମୀକ୍ଷା ଚାଲିଛି । ବିଜେଡ଼ି ବିଳମ୍ବିତ ସମୟ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ନ କରାଯିବା ଯୋଗୁଁ ରାଜେନ୍ଦ୍ର ଢୋଲକିଆଙ୍କୁ ପରିବାରର ବିଶ୍ୱାସ ହରାଇଲା ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂହ ।
ଭୂପିନ୍ଦର ସିଂହ ବିଜେଡ଼ିର ପ୍ରାର୍ଥୀ ଚୟନ ଏବଂ ବିଳମ୍ବରେ ପ୍ରାର୍ଥୀ ଘୋଷଣାକୁ ଦାୟୀ କରିଛନ୍ତି । କହିଛନ୍ତି ଯେ କଂଗ୍ରେସ ଦଳ ବହୁ ଆଗରୁ ଘାସିରାମ ମାଝୀଙ୍କ ନାମକୁ ଘୋଷଣା କରିଥିଲା । କିନ୍ତୁ ବିଜେଡ଼ି ନାମ ଘୋଷଣାରେ ବିଳମ୍ବ କଲା । ଯେଉଁଥିପାଇଁ ରାଜେନ୍ଦ୍ର ଢୋଲକିଆଙ୍କ ପରିବାର ବିଶ୍ୱାସ ରଖିପାରିଲେନି । ଯେଉଁଥିପାଇଁ ଜୟ ବିଜେପିକୁ ପଳାଇଲେ । ଏମିତି ସେମାନ ରାଜେନ୍ଦ୍ର ଚିକିତ୍ସା ହେଉଥିବା ସମୟରେ କେହି ଦେଖା ନ କରିବା ମଧ୍ୟ ଅନ୍ୟତମ କାରଣ ଅଟେ । ପ୍ରାର୍ଥୀ ଚୟନରେ ଭୁଲ ପାଇଁ ରାଜୁ ଢୋଲକିଆଙ୍କ ସହାନୁଭୂତି ବିଜେପିକୁ ଗଲା ।
ସେହିପରି ନୂଆପଡ଼ାରେ ଭୂପିନ୍ଦରଙ୍କ ଭଲ ଦବଦବା ରହିଥିଲା । କିନ୍ତୁ ତାଙ୍କୁ ପ୍ରଚାର ଅଭିଯାନରେ ସାମିଲ କରାନଯିବାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି । ଯେଉଁ ୮୦ ନେତାଙ୍କୁ ଦାୟିତ୍ଵ ଦେଇଥିଲା ବିଜେଡି ସେଥିରେ ତାଙ୍କର ନାଁ ନ ଥିଲା । ସେହିପରି ନୂଆପଡ଼ାରେ ପ୍ରଚାର ହେଇଗଲା ଯେ ବିଜେଡି ଚାହୁଁଛି ଯେ ବିଜେପି ଜିତୁ, କାହିଁକି ନୂଆପଡ଼ାରେ ଏ ପ୍ରଚାର ହେଲା ତାହା ସେ ଜାଣି ନ ଥିବା କହିଛନ୍ତି ।
ଖାଲି ସେତିକି ନୁହେଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ପ୍ରଚାର ପାଇଁ ନେଇକି ଯିବାକୁ ଉଚିବ ଭାବି ନାହାଁନ୍ତି ଭୂପିନ୍ଦର । ନବୀନ ବାବୁଙ୍କୁ ପ୍ରଚାର ପାଇଁ ନେବା ତାଙ୍କ ପ୍ରତି ଅପମାନ ଥିଲା । ନବୀନଙ୍କ ପ୍ରଚାର ପାଇଁ ନ ନେଇ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଚାର କରାଯାଇ ପାରିଥାଆନ୍ତା ବୋଲି ମତ ରଖିଛନ୍ତି ଭୂପିନ୍ଦର ।
ନୂଆପଡ଼ା ଉପନିର୍ବାଚନ ସମୟରେ ନବୀନଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ସେ ବିମାନ ବନ୍ଦରରୁ ବାହାରୁଥିବାର ଭିଡ଼ିଓ ଥିଲା । ଯେଉଁଥିରେ ନବୀନ ସଠିକ ଭାବେ ଚାଲି ପାରୁ ନଥିଲେ । ତାଙ୍କର ହାତ ଓ ଗୋଡ଼ ମଧ୍ୟ ଥରୁଥିଲା । ଏହି ଭିଡ଼ିଓ ଭାଇରାଲ ହେବା ପରେ ସାଧାରଣ ଜନତାଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସାମାଜିକ ଗଣମାଧ୍ୟମରେ ସମସ୍ତେ ବିଜେଡ଼ିକୁ କଡ଼ା ସମାଲୋଚନା କରିଥିଲେ ।