ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ମହିଷାପଟା ପଂଚାୟତ ଶାଳବଣି ରାଜାସାହିରେ ଏକ ଅଘଟଣ ଘଟିଯାଇଛି । ଲୁଣ ଭାବି ଥିମେଟ ଖାଇଦେଇଛନ୍ତି ତିନି ଜଣ ଶିଶୁ । ଯାହା ଫଳରେ ତିନି ଜଣ ଶିଶୁ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି ।
ସୂଚନା ଅନୁସାରେ, ପରିବାର ଲୋକେ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ କିଛି ପିଲା ଗାଁ ଦାଣ୍ଡରେ ଖେଳୁଥିଲେ । ସେମାନଙ୍କୁ ଭୋକ ଲାଗିବାରୁ ଘରୁ ଲୁଣ ଆଣିଥିବା ଭାବି ଥିମେଟ ସହ ପିଆଜ ଗୋଳାଇ ଖାଇ ଦେଇଥିଲେ । ପରିବାର ଲୋକେ ବିଲରୁ କାମ ସାରି ଫେରିବା ପରେ ସେମାନଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି । ସେପଟେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।