ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ। ଏହା ଅଧିକ ଘନୀଭୂତ ହୋଇ ଡିପ୍ରେସନର ରୂପ ନେବାକୁ ଯାଉଛି। ତେଣୁ ଆସନ୍ତା ୨୬ କିମ୍ବା ୨୭ ବେଳକୁ ଏହା ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ଅଧିକାଂଶ ମଡେଲରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ଉତ୍ତର ତାମିଲନାଡୁ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ଅନୁମାନ କରାଯାଇଛି।
ତେବେ ଆଜି ସାନ୍ଧ୍ୟ ସୁଦ୍ଧା ବଢିବ ଏହାର ପ୍ରଭାବ। କାରଣ ଘୂର୍ଣ୍ଣିବଳୟ ଦକ୍ଷିଣ ଆଣ୍ଡାମାନ ସାଗରରେ କେନ୍ଦ୍ରୀୟ ଷ୍ଟ୍ରେଟ ଅଫ ମଲାକ୍କା ନିକଟରେ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଧୀରେ ଧୀରେ ଲଘୁଚାପ ସୃଷ୍ଟି ହେଉଛି। କ୍ରମଶଃ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବା ସହ ୨୪ ତାରିଖ ବେଳକୁ ଡିପ୍ରେସନରେ ପରିଣତ ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ମୁହାଁ ହୋଇ ଅଧିକ ଘନୀଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର କିନ୍ତୁ ବାତ୍ୟା ହେଲେ କୁଆଡ଼େ ରହିବ ଏହାର ଗତିପଥ ତାହା ସ୍ପଷ୍ଟ ହୋଇପାରି ନାହିଁ।
ଅଧିକ ପଢନ୍ତୁ ; ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ଶୀତରେ ବଡ଼ ବର୍ଷାରେ ଭିଜିବ ଓଡ଼ିଶା