ଢେଙ୍କାନାଳ: ଭାରସାମ୍ୟ ହରାଇ ଗଛରେ ପିଟିଲା ବସ୍। ଏହି ଦୁର୍ଘଟଣାରେ ଦୁଇ ଆହତ। ଅଳ୍ପକେ ବର୍ତ୍ତିଲେ ପଚାଶରୁ ଉର୍ଦ୍ଧ୍ୱ ଯାତ୍ରୀ। ଏଭଳି ଗୋଟିଏ ଘଟଣା ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ ହୋଇଛି।
ସୂଚନା ଅନୁସାରେ, ଗେଙ୍ଗୁଟିଆ କନକ ଦୁର୍ଗା ମନ୍ଦିର ପାଖରେ ନାଇଟ୍ କୋଚ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭୋର୍ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ରାଉରକେଲାରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା ଏହି ବସ୍। ଏଥିରେ ହେଲପର ଓ ଜଣେ ଯାତ୍ରୀ ଆହାତ ହୋଇଥିବା ଜଣାପଡିଛି । ଦୁଇଜଣଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଗୋଟିଏ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ।