ନୂଆଦିଲ୍ଲୀ: ଆସନ୍ତା ୨୪ରେ ଦେଶର ୫୩ତମ ମୁଖ୍ୟ ବିଚାରପତି (CJI) ଭାବରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିବେ। ଅନେକ ଦେଶର ମୁଖ୍ୟ ବିଚାରପତିମାନେ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ଏହା ପ୍ରଥମଥର ଯେକୌଣସି ଅନ୍ତର୍ଜାତୀୟ ପ୍ରତିନିଧି ଦଳ ଜଣେ ଭାରତୀୟ ପ୍ରଧାନ ବିଚାରପତିଙ୍କ ଶପଥ ସମାରୋହରେ ଯୋଗଦେବେ। ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ ଉତ୍ସବରେ ଭୁଟାନରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ୬ଟି ଦେଶର ବିଚାରପତି ପ୍ରତିନିଧିମଣ୍ଡଳୀ ଏବଂ ମୁଖ୍ୟ ବିଚାରପତିମାନେ ଉପସ୍ଥିତ ରହିବେ।
ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁଟାନ, କେନିଆ, ମାଲେସିଆ,ମରିସସ୍, ନେପାଳ ଏବଂ ଶ୍ରୀଲଙ୍କାର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ବିଚାରପତିମାନେ ଯୋଗଦେବେI ଏହା ପ୍ରଥମ ଥର ପାଇଁ ଯେ କୌଣସି ଭାରତୀୟ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଏକ ଅନ୍ତର୍ଜାତୀୟ ପ୍ରତିନିଧିମଣ୍ଡଳୀ ଯୋଗଦେବେ।
ସୁପ୍ରିମକୋର୍ଟର ବର୍ତମାନର ମୁଖ୍ୟ ବିଚାରପତି ବି.ଆର. ଗଭାଇ ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ସିଜେଆଇ ଗଭାଇ ଆସନ୍ତାକାଲି ନଭେମ୍ବର ୨୩ରେ ତାଙ୍କ ପଦବୀରୁ ଅବସର ନେଉଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଭୂଷଣ ଗାଭାଇଙ୍କ ସ୍ଥାନ ନେବେ। ୨୪ରେ ଦେଶର ୫୩ତମ ମୁଖ୍ୟ ବିଚାରପତି ଭାବେ ସେ ଶପଥଗ୍ରହଣ କରିବେ।
ଅଧିକ ପଢନ୍ତୁ: ବୃଦ୍ଧ-ବୃଦ୍ଧାଙ୍କ ଅଣଦେଖା କଲେ ସମାଜ-ସଭ୍ୟତାରେ ଆସିଯିବ ଭୂକମ୍ପ, ବଡ ଚେତାବନୀ ଦେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ