ନୂଆଦିଲ୍ଲୀ: ଭାରତର ନ୍ୟାୟପାଳିକାର ଇତିହାସରେ ଏକ ଐତିହାସିକ ଓ କୂଟନୈତିକ ଦୃଷ୍ଟିରୁ ବହୁତ ମହତ୍ୱପୂର୍ଣ୍ଣ କ୍ଷଣ ଦେଖିବାକୁ ମିଳିବ । ନଭେମ୍ବର ୨୪ରେ ରାଷ୍ଟ୍ରପତି ଭବନରେ ଦେଶର ପରବର୍ତ୍ତୀ ନୂତନ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଶପଥ ସମାରୋହ ହେବାକୁ ଯାଉଛି । ଏହି ସମାରୋହରେ ଅନେକ ଦେଶର ପ୍ରଧାନ ବିଚାରପତି ଓ ସୁପ୍ରିମକୋର୍ଟଙ୍କ ଜଜ ସାମିଲ୍ ହେବେ ।
ଇାର ଆଣ୍ଡ ବେଞ୍ଚ ସହ ଆଲୋଚନା ବେଳେ ଜନୈକ ଅଧିକାରୀ କହିଛନ୍ତି, ପ୍ରଥମ ଥର ବଡ ସ୍ତରରେ ବିଦେଶର ନ୍ୟାୟିକ ପ୍ରତିନିଧି ଭାରତର କୌଣସି ପ୍ରଧାନ ବିଚାରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ । ବିଚାରପତି ସୂର୍ଯ୍ୟକାନ୍ତ ନିଜର ଲମ୍ବା ଓ ମହତ୍ୱପୂର୍ଣ୍ଣ ନ୍ୟାୟିକ କ୍ୟାରିୟର ପରେ ଭାରତର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ।
ନିଜର କାର୍ଯ୍ୟକାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ସାମ୍ବଧାନିକ ନିଷ୍ପତ୍ତି ଦେବାର ଅଛି । ଏହା ସହ ନ୍ୟାୟିକ ସଂସ୍ଥାରେ ସୁଧାର ଓ ଆଇନ ସହାୟତା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ବଳିଷ୍ଠ ପଦକ୍ଷେପ ନେବାକୁ ପଡିବ । ୨୦୧୯ରେ ସୁପ୍ରିମକୋର୍ଟର ଜଜ ହେବା ପୂର୍ବରୁ ସେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ ।
ଭାରତ ସରକାର ପ୍ରଧାନ ବିଚାରପତିଙ୍କ ଶପଥ ସମାରୋହରେ ହେବାକୁ ହେବାକୁ ଥିବା ବିଦେଶୀ ନ୍ୟାୟିକ ବିଶିଷ୍ଟ ବ୍ୟକ୍ତିଙ୍କ ତାଲିକା ସୂଚୀ ଜାରି କରିଛନ୍ତି । ଏଥିରେ ଭୂଟାନ, କେନିଆ, ମାଲେସିଆ, ମରିସସ, ନେପାଳ, ଶ୍ରୀଲଙ୍କା ଓ ବ୍ରାଜିଲର ପ୍ରଧାନ ବିଚାରପତି, ସୁପ୍ରିମକୋର୍ଟର ବିଚାରପତି ଓ ତାଙ୍କ ପରିଜନ ସାମିଲ ।
ବିଶେଷଜ୍ଞଙ୍କ କହିବା କଥା ଏହି ଧରଣର ଅନ୍ତର୍ଜାତୀୟ ଉପସ୍ଥିତି ଭାରତୀୟ ନ୍ୟାୟପାଳିକାରେ ବଢୁଥିବା ବିଶ୍ୱାସ ଓ ନ୍ୟାୟିକ ଆଦାନ-ପ୍ରଦାନ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଆୟୋଜନ ଭବିଷ୍ୟତରେ ନ୍ୟାୟିକ ସହଯୋଗ, ବୈଷୟିକ ଆଦାନପ୍ରଦାନ ଓ ପାରସ୍ପରିକ ସହଯୋଗକୁ ମଜବୁତ କରିପାରେ ।
Also read: ୧୭ ଚୌକା, ୬ ଛକା... ରିଙ୍କୁ ସିଂ ରଣଜୀ ଟ୍ରଫିରେ ମାରିଲେ ବ୍ୟାକ ଟୁ ବ୍ୟାକ ସେଞ୍ଚୁରୀ