ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ସୋମବାର ବର୍ତ୍ତମାନର ସାମାଜିକ ଚଳନିକୁ ନେଇ ବଡ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି ଦେଶରେ ପିଢି ପିଢି ମଧ୍ୟରେ ଦୁର୍ବଳ ହେଉଥିବା ସଂପର୍କ ଏବଂ ବୃଦ୍ଧବୃଦ୍ଧାଙ୍କ ଯତ୍ନ ନେବାରେ ହେଉଥିବା ଅଭାବ ସାମାଜିକ ସଦ୍ଭାବନା ପାଇଁ ବଡ ବିପଦ । ସେ ଚେତାବନୀ ଦେଇଛନ୍ତି ଯେ, ଭାରତ ଆଗାରେ ସେହି ପୁରୁଣା ପାରିବାରିକ ପରମ୍ପରା ହଜିବାର ଭୟ ରହିଛି, ଯିଏ ସମାଜରେ ମାନବିକତା ବଜାୟ ରଖିଥିଲା ।
ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ବୃଦ୍ଧ-ବୃଦ୍ଧାଙ୍କୁ ଅନାଦାର କଲେ ପାରିବାରିକ ପରମ୍ପରା ଓ ସଂପର୍କକୁ ଭୁଲି ଗଲେ ଭୂକମ୍ପ ସୃଷ୍ଟି ହେବ । ଭାରତୀୟ ସଭ୍ୟତା ଖଣ୍ଡ ବିଖଣ୍ଡିତ ହୋଇଯିବ । ସଂପ୍ରତି ସମୃଦ୍ଧି ଲୋକଙ୍କ ମଧ୍ୟରେ ଦୂରତା ବଢାଇବାରେ ଲାଗିଛି । ସଂପର୍କରେ ମଧୁରତା କମିବାରେ ଲାଗିଛି । ବୃଦ୍ଧଙ୍କ ଯତ୍ନ ଓ କଲ୍ୟଣା ଆଇନ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହା କହିଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ।
ବିଚାରପତି କହିଛନ୍ତି, ସମୃଦ୍ଧି ନିରବତାର ସହ ଲୋକଙ୍କ ମଧ୍ୟରେ ଘନିଷ୍ଠତାର ସ୍ଥାନ ନେଇ ଯାଇଛି । ନୂତନ ଯୁବ ପିଢି ନୂଆ ଦୁନିଆରେ କାମ କରିବା ପାଇଁ ବାହାରି ଗଲେ । ଏହା ହିଁ ଗୋଟିଏ ପିଢି ଏବଂ ଅନ୍ୟ ପିଢି ମଧ୍ୟରେ ଦ୍ୱାର ବନ୍ଦ କରି ଦେଉଛି । କେବେ ଭାରତରେ ବୃଦ୍ଧାବସ୍ଥାକୁ ପତନ ନୁହେଁ ବରଂ ଉନ୍ନୟନ ବୋଲି କୁହାଯାଉଥିଲା ।
ବୃଦ୍ଧ-ବୃଦ୍ଧା ସଦସ୍ୟ ପରିବାର ଓ ସଂସ୍କୃତିରେ ପରିବାରର ଅନ୍ତର ଆତ୍ମା ଥିଲେ । ମାତ୍ର ଆଧୁନିକତା ଏହି ସବୁ ନିଜପଣକୁ ଦୁର୍ବଳ କରି ଦେଇଛି । ଆମେ ନୂଆ ଦୁନିଆ ତ ହାସଲ କରି ଦେଲୁ, ମାତ୍ର ପୁରୁଣା ଦୁନିଆକୁ ହରାଇବାର ଦ୍ୱାର ଦେଶରେ ପହଞ୍ଚି ଯାଇଛନ୍ତି । ସେହି ଦୁନିଆକୁ ଆମେ ହରାଇବାକୁ ଯାଉଛେ ଯିଏ ଆମକୁ ମଣିଷ କରି ରଖିଥିଲା ବୋଲି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ।
Also read: ମୁହଁ ଖୋଲିଲେ ପ୍ରଶାନ୍ତ କିଶୋର, ପରାଜୟ ପାଇଁ ନିଜକୁ କଲେ ଦାୟୀ; କହିଲେ- ବିଶ୍ୱାସ ଜିତି ପାରିଲୁନି