ମାଲକାନଗିରି: ମାଲକାନଗିରି ସୀମାନ୍ତକୁ ଲାଗିକରି ଥିବା ଆନ୍ଧ୍ର ପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ଲାଲବାହିନୀ ବିରୁଦ୍ଧରେ ଏକ ବଡ଼ ଧରଣର ଏନକାଉଣ୍ଟର ହୋଇଛି । ମଙ୍ଗଳବାର ସକାଳୁ ହୋଇଥିବା ଗୁଳି ବିନିମୟରେ ୬ମାଓବାଦୀ ଟଳିଛନ୍ତି । ଏ ନେଇ ଆନ୍ଧ୍ର ପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ହରିଶ କୁମାର ଗୁପ୍ତା କହିଛନ୍ତି ।
ଡିଜିପି ସୂଚନା ମୁତାବକ, ଆଜି ସକାଳୁ ୬ ଟାରୁ ୭ଟା ମଧ୍ୟରେ ଆଲୁରି ସୀତାରାମ ରାଜୁ ଜିଲ୍ଲାର ମାରେଡୁମିଲିରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାତ୍ର ମାଓବାଦୀମାନେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଫଳରେ ୬ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ଏଥିରେ ଟପ୍ ମାଓନେତା ଥିବା ଡିଜିପି କହିଛନ୍ତି ।
ମାଓ ନେତା ମାଧବୀ ହିଡମାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୧୯୮୧ ମସିହାରେ ମଧ୍ୟପ୍ରଦେଶର ସୁକମାରେ ଜନ୍ମଗ୍ରହଣ କରିଥିବା ହିଡମା ପିପୁଲ୍ସ ଲିବରେସନ ଗରିଲା ଆର୍ମିର ଏକ ବାଟାଲିୟନର ନେତୃତ୍ୱ ନେଇଥିଲେ ଏବଂ ସିପିଆଇ ମାଓବାଦୀଙ୍କ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କେନ୍ଦ୍ରୀୟ କମିଟିର ସବୁଠାରୁ ଯୁବ ସଦସ୍ୟ ଥିଲା । ସେ କେନ୍ଦ୍ରୀୟ କମିଟିରେ ବସ୍ତର ଅଞ୍ଚଳର ଏକମାତ୍ର ଆଦିବାସୀ ସଦସ୍ୟ ଥିଲେ। ହିଡମାଙ୍କ ଉପରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ତାର ପତ୍ନୀ ରାଜେ ଓରଫ ରାଜାକ୍କା ମଧ୍ୟ ଏନକାଉଣ୍ଟରରେ ନିହତ ହୋଇଥିବା ଜଣାପଡିଛି। ହିଡମା ଅନେକ ବଡ଼ ମାଓ ଆକ୍ରମଣରେ ତାଙ୍କର ଭୂମିକା ପାଇଁ ଜଣାଶୁଣା। ଏଥିରେ ୨୦୧୦ ମସିହାରେ ଦାନ୍ତେୱାଡାରେ ହୋଇଥିବା ଆକ୍ରମଣ, ଯେଉଁଥିରେ ୭୬ ଜଣ ସିଆରପିଏଫ ଯବାନଙ୍କ ଜୀବନ ଯାଇଥିଲା ଏବଂ ୨୦୧୩ ମସିହାରେ ଝିରମ ଘାଟିରେ ହୋଇଥିବା ଆକ୍ରମଣ, ଯେଉଁଥିରେ ପ୍ରମୁଖ କଂଗ୍ରେସ ନେତାଙ୍କ ସମେତ ୨୭ ଜଣ ଲୋକ ପ୍ରାଣ ହରାଇଥିଲେ। ସେ ୨୦୨୧ ମସିହାରେ ସୁକମା-ବିଜାପୁର ଆକ୍ରମଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯେଉଁଥିରେ ୨୨ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ।