ନୂଆଦିଲ୍ଲୀ: ସଂରକ୍ଷଣ ସଂପର୍କିତ ମାମଲାରେ ଶୁଣାଣି କରୁଥିବା ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ବାଚନ ଉପରେ ରୋକ୍ ଲଗାଇବାର ଚେତାବନୀ ଦେଇଛନ୍ତି । ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସ୍ଥାନୀୟ ମ୍ୟୁନିସିପାଲଟି ନିର୍ବାଚନରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ଅନୁମତି ଦିଆଯାଇ ପାରିବ ନାହିଁ । ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ଆରମ୍ଭ ହେବା ସମୟରେ ସୁପ୍ରିମକୋର୍ଟଙ୍କ ଏହି ଚେତାବନୀ ଆସିଛି । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲା ବାଗଚୀଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି ।
ସିନିୟର ଆଡଭୋକେଟ୍ ବିକାଶ ସିଂ କହିଛନ୍ତି, କିଛି ମ୍ୟୁନିସିପାଲଟି ଏମିତି ହୋଇଥାଏ ଯେଉଁଠି ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ସୀମା ୨୭ ଥିବା ବେଳେ ୫୦ ପ୍ରତିଶତ ସୀମା ଟପି ଯାଇଛି । ଆଉ ସୁପ୍ରିମକୋର୍ଟଙ୍କ ପକ୍ଷରୁ ମେ ୬ରେ ଜାରି ଆଦେଶର ଉଲ୍ଲଂଘନ କରୁଛି । ସିଂ କହିଛନ୍ତି, ଆଦେଶରେ ନିର୍ବାଚନ ଆୟୋଗ ୨୦୨୨ ଜୁଲାଇରେ ବଠିଆଁ ଆୟୋଗର ରିପୋର୍ଟ ପାଳନ କରିବାକୁ ଆଦେଶ ଦେଇଥିଲେ ।
ଆଡଭୋକେଟ୍ ସିଂ ଓ ନରେନ୍ଦ୍ର ହୁଡ୍ଡା ଦାବି କରିଛନ୍ତି ଯେ, ୪୦ ପ୍ରତିଶତରୁ ଅଧିକ ନିର୍ବାଚନ କ୍ଷେତ୍ରରେ ୫୦ ପ୍ରତିଶତ ସଂରକ୍ଷଣ ସୀମାର ଉଲ୍ଲଂଘନ ହୋଇଛି । କିଛି କିଛି ସ୍ଥାନରେ ଏହା ୭୦ ପ୍ରତିଶତ ରହିଛି । ତେଣୁ ଏସବୁ ଉପରେ ରୋକ୍ ଲାଗିବା ଦରକାର । ଏହା ପରେ ସୁପ୍ରିମକୋର୍ଟ ବଡ ଚେତାବନୀ ଦେଇ କହିଛନ୍ତି, ଯଦି ଏବେ ସଂରକ୍ଷଣ ସୀମା ଉଲ୍ଲଂଘନ ହୁଏ ତେବ ନିର୍ବାଚନ ବନ୍ଦ କରି ଦିଆଯିବ ।
Also read: ବୃଦ୍ଧ-ବୃଦ୍ଧାଙ୍କ ଅଣଦେଖା କଲେ ସମାଜ-ସଭ୍ୟତାରେ ଆସିଯିବ ଭୂକମ୍ପ, ବଡ ଚେତାବନୀ ଦେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ