ନୂଆଦିଲ୍ଲୀ: କେରଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଫେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରିବା ନେଇ କେସ୍ ରୁଜୁ ହୋଇଛି । ଶନିବାର ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି ଶୁକ୍ରବାର ସାଇବର ପାଟ୍ରୋଲିଂ ସମୟରେ ସିଇସିଙ୍କ ପେକ୍ ଭିଡିଓ ଦେଖିବାକୁ ମିଳିଛି । ଏହା ପରେ ତିରୁଅନନ୍ତପୁରମ ସିଟି ସାଇବର ପୋଲିସ ଏହି ସମ୍ବନ୍ଧରେ ମାମଲାରୁଜୁ କରିଛି । ଏହି ଫେକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେଖିବାକୁ ମିଳିଛି ।
ଅଧିକାରୀ କହିଛନ୍ତି, ଏହି ଫେକ ଭିଡିଓରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଏକ ଫେକ୍ ଫଟୋ ଓ ଭିଡିଓ ସାମିଲ୍ ଥିଲା । ପୋଲିସ ସନ୍ଦେହ କରୁଛି ଯେ, ଏହି ଭିଡିଓକୁ ଅନ୍ୟ ସୋସିଆଲ ପ୍ଲାଟଫର୍ମରେ ମଧ୍ୟ ସେୟାର କରାଯାଇଥିବ । ଏହି ମାମଲାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ପୋଲିସ ଆଗାମୀ ସ୍ଥାନୀୟ ମ୍ୟୁନିସିପାଲଟି ନିର୍ବାଚନ ଏବଂ କେରଳରେ ଭୋଟ ତାଲିକାର ସ୍ୱତନ୍ତ୍ର ନିରୀକ୍ଷଣକୁ ଦୃଷ୍ଟିରେ ରଖି ସାଇବର ସେଲକୁ ମଜବୁତ କରି ଦେଇଛି । ଏହି ପଦକ୍ଷେପ ଫେକ ଭିଡିଓ ଓ ଅନଲାଇନ ପ୍ଲାଟଫର୍ମରେ ପ୍ରସାରିତ ଗୁଜକୁ ଦୃଷ୍ଟିରେ ରଖି ନିଆଯାଇଛି । ଏହି ପଦକ୍ଷେପ ଆଧାରରେ ନିକଟ ଦିନରେ ଅନଲାଇନ ପ୍ଲାଟଫର୍ମରେ ସେୟାର ଫେକ୍ ନ୍ୟୁଜ, ଫଟୋ ଓ ଭିଡିଓକୁ ହଟାଇ ଦିଆଯାଇଛି ।
Also read: ପଶ୍ଚିମବଙ୍ଗରେ ବାବ୍ରି ମସଜିଦ ନିର୍ମାଣର ପ୍ରସ୍ତୁତି, ଡିସେମ୍ବର ୯ରେ ଶିଳାନ୍ୟାସର ଘୋଷଣା କଲେ ଟିଏମସି ବିଧାୟକ