ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ। ଦକ୍ଷିଣଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଏକ ଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।
ସମୁଦ୍ର ଭିତରେ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି। ବାତ୍ୟା ନେଇ ଏ ପର୍ୟ୍ଯନ୍ତ କୌଣସି ବି ସୂଚନା ନାହିଁ। ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ହୋଇପାରେ। ଏବେ ଧାନ ପାଚୁଥିବାରୁ ବର୍ଷା ହେଲେ ଫସଲ ନଷ୍ଟ ହେବା ନେଇ ଚିନ୍ତାରେ ଚାଷୀ।