ବ୍ରହ୍ମପୁର : ବହୁଚର୍ଚ୍ଚିତ ପୋଲିସ SI ପରୀକ୍ଷା କେଳେଙ୍କାରୀ ନେଇ ଖୋଳତାଡ଼ କରୁଛି ସିବିଆଇ । ୪ ଜଣଙ୍କୁ ସିବିଆଇ ଅଧିକାରୀ ମାରାଥନ୍ ଜେରା କରିଛନ୍ତି । ଜେରା ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ପରୀକ୍ଷାର୍ଥୀ। ପାଖାପାଖି ସାଢେ ୮ ଘଣ୍ଟା ଜେରା ପରେ CBI କାର୍ଯ୍ୟାଳୟରୁ ବାହାରିଥିଲେ ଜେରାର ସମ୍ମୁଖୀନ ହୋଇଥିବା ପରୀକ୍ଷାର୍ଥୀ। ତେବେ ଆଉ ଜଣକ କିଏ, ତାହା ସ୍ପଷ୍ଟ ହୋଇପାରିନାହିଁ।
ସୂଚନା ଅନୁଯାୟୀ ମୋଟ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ୪ ଜଣଙ୍କୁ ଜେରା କରାଯାଇଛି। ରାକେଟ୍ ସମ୍ପର୍କରେ ସିବିଆଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି । ଦୀର୍ଘ ୮ ଘଣ୍ଟା ଜେରା ପରେ ସିବିଆଇ ସେମାନଙ୍କୁ ଛାଡ଼ିଥିଲା।
ତେବେ ପୁଣି ଅନ୍ୟମାନେ ସିବିଆଇରେ ହାଜର ହେବେ ବୋଲି ଜଣାପଡିଛି। CBIରେ ହାଜର ହୋଇଥିବା ପରୀକ୍ଷାର୍ଥୀ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିବା ସୂଚନା ରହିଛି ।