ଝାରସୁଗୁଡ଼ା : ସୁଭଦ୍ରା ଯୋଜନା ପାଇଁ ଆବେଦନ ଆରମ୍ଭ ହେବା ପରେ ମହିଳା ଙ୍କ ମଧ୍ୟ ରେ ଖୁସି ଦେଖିବାକୁ ମିଳିଛି । ଅଙ୍ଗନବାଡ଼ି କେନ୍ଦ୍ର , ଜନସେବା କେନ୍ଦ୍ର ରେ ଲାଗିଛି ମହିଳାଙ୍କ ଲମ୍ବା ଧାଡ଼ି, ଝାରସୁଗୁଡ଼ାର ନୂଆପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ରେ ଲମ୍ୱା ଲାଇନ । କାହିଁକି ନା, ସୁଭଦ୍ରା ଯୋଜନା ପାଇଁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ଝାରସୁଗୁଡା ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ବ୍ୟତୀତ ବ୍ଲକ ଅଫିସ୍, ମୋ ସେବା କେନ୍ଦ୍ର ଏବଂ ଜନସେବା କେନ୍ଦ୍ରରୁ ମିଳୁଛି ମାଗଣା ଫର୍ମ । ଝାରସୁଗୁଡାରେ ବିଭିନ୍ନ ଅଙ୍ଗନବାଡି ଖୋଲୁ ଖୋଲୁ ଲାଇନ୍ ଲଗାଇ ସୁଭଦ୍ରା ଫର୍ମ ନେଇଛନ୍ତି ମହିଳାମାନେ । ସେହିପରି ଝାରସୁଗୁଡାର ବିଭିନ୍ନ କେନ୍ଦ୍ରରେ ଅନଲାଇନରେ ଫର୍ମ ଆବେଦନ ପାଇଁ କେନ୍ଦ୍ରରେ ପହଞ୍ଚିଥିଲେ ଆବେଦନକାରୀ ଏବଂ ଉତ୍ସାହିତ ଥିବା କହିଛନ୍ତି ଆବେଦନକାରୀ ।