ଗଣେଶ ପୂଜାରେ ସମ୍ବଲପୁର ସହରରେ ବୁଲିଲା ଖଣ୍ଡା । ଗଣେଶଙ୍କ ଆରାଧନା ପାଇଁ ସବୁଆଡେ ଭିଡ ଲାଗିରହିଛି । ସମସ୍ତ ପ୍ରସ୍ତୁତି ସହ ଗଜାନନ ପୂଜା ପାଉଛନ୍ତି । କିନ୍ତୁ ଆଜିର ଏହି ଦିନରେ ସହରରେ ବୁଲିଲା ଖଣ୍ଡା। ଦୁଇ ଗୋଷ୍ଠୀ ମଧ୍ୟରେ ହେଲା ଝଗଡା। ସମ୍ବଲପୁର ଅଇଠାଁପାଲି ଥାନା ଅଞ୍ଚଳର ବୁଢାରଜାରେ ସାମ୍ନାକୁ ଆସିଛି ଏଭଲି ଦୃଶ୍ୟ ।ଗଣେଶ ପୂଜା ପାଇଁ କେଉଁଠି ଗୋଷ୍ଠୀ ଗୋଷ୍ଠୀ ମିଶିକି ପୂଜା କରୁଛନ୍ତି ତ କେଉଁଠି ଦୁଇ ଗୋଷ୍ଠୀ ମଧ୍ୟରେ ହଣାମରା ହେଉଛି ।
ଦୁଇ ଗୋଷ୍ଠୀ ମଧ୍ୟରେ ମଝି ରାସ୍ତା ଝଗଡା ଚାଲିଛି । ଗୋଟିଏ ଗୋଷ୍ଠୀ ଖଣ୍ତା ବୁଲାଉଥିବା ଅନ୍ୟ ଗୋଷ୍ଠୀ ପଥରରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ରାସ୍ତା ମଝିରେ ଏହି ଝଗଡା ଦେଖି ସାଧାରଣ ଲୋକ ଭୟଭୀତ ହୋଇପଡିଛନ୍ତି । କିଛି ନାମାନି ଖଣ୍ଡା ବୁଲୁଛି ପଥର ମାଡ ଚାଲିଛି । ଘଟଣାସ୍ଥଳରୁ କେହି କୁଆଡେ ଯାଇପାରୁନାହାନ୍ତି ଯାହା ଫଳରେ ଯାନବାହାନ ଚଳାଚଳରେ ଅସୁବିଧା ହେଉଥିଲା ।
ଅଧିକ ପଢନ୍ତୁ;ଷ୍ଟିଲ ପାତ୍ରରେ ଗଣେଶଙ୍କ ମୂର୍ତ୍ତି