ଆଜି ହେଉଛି ବିଘ୍ନ ବିନାଶୟଙ୍କ ପୂଜା। ଷ୍ଟିଲ ପାତ୍ରରେ ଗଣେଶଙ୍କ ମୂର୍ତ୍ତି କରିଛନ୍ତି ବାଲୁକା ଶିଳ୍ପୀ ।ଏହି ପୂଜା ଉପଲକ୍ଷେ ବିଶ୍ବବାସୀଙ୍କୁ ଶୁଭେଚ୍ଛା ଜଣାଇ ପୁରୀ ବେଳାଭୂମିରେ ଶ୍ରୀଗଣେଶଙ୍କ ଚିତାକର୍ଷକ ନିଆରା ବାଲୁକାକଳା ତିଆରି କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।କଳା ଆଜିର ଏହି ମହାନ ଦିନରେ ଶ୍ରୀ ପଟ୍ଟନାୟକ ୫ ଫୁଟର ଏହି ବାଲୁକା କଳାରେ ୧ହଜାର ଷ୍ଟିଲ ପାତ୍ର ବ୍ୟବହାର କରିଛନ୍ତି।
ଏହି ବାଲୁକାକଳା ସମସ୍ତଙ୍କୁ ଆକର୍ଷିତ କରିଛି । ଶ୍ରୀ ପଟ୍ଟନାୟକ କହିଛନ୍ତି, ବାଲୁକା କଳାରେ ଏହି ଷ୍ଟିଲ୍ ପାତ୍ର ବ୍ୟବହାର କରି ସେ ବିଶ୍ବଶାନ୍ତିର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳା ପାଇଁ ସେ ୬ ଟନ୍ ବାଲି ସହ ଷ୍ଟିଲ୍ ଗିନା, ଗ୍ଲାସ, ପ୍ଲେଟ୍ ଆଦି ବ୍ୟବହାର କରିଛନ୍ତି। ବାଲୁକା ଶିଳ୍ପୀ ଏଭଳି ଚିତାକର୍ଷକ କଳା ପ୍ରଦର୍ଶନ କରି ପ୍ରଶଂସାର ଯୋଗ୍ୟ ହୋଇପାରିଛନ୍ତି । ଏମିତି ଏକ ନିଆରା କାରୁକାର୍ଯ୍ୟ ପାଇଁ ରାଜ୍ୟବାସୀ ତାଙ୍କୁ ପ୍ରଶଂସା କରିଛନ୍ତି ।
ଅଧିକ ପଢନ୍ତୁ ;ଆଜି ଶ୍ରୀ ଗଣେଶଙ୍କ ଆରାଧନାର ଦିନ