ଭୁବନେଶ୍ୱର : ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ଘଟିଲା ବଡ଼ ଅଘଟଣ । କୁଆଖାଇ ନଦୀରେ ବୁଡି ଚାଲିଗଲା ଦୁଇ ନିରୀହ ଛାତ୍ରଙ୍କ ଜୀବନ । ମୃତକ ଦୁଇ ଜଣ ଭୁବନେଶ୍ୱରର ଏକ ଘରୋଇ ଟିଉସନର ଛାତ୍ର ବୋଲି ସୂଚନା ରହିଛି ।
ସୂଚନା ଅନୁଯାୟୀ, ମୃତ ଛାତ୍ର ଦୁଇ ଜଣ ଭୁବନେଶ୍ୱର ଗଙ୍ଗନଗରର ଏକ ଘରୋଇ ଟିଉସନରେ ପାଠ ପଢନ୍ତି । ଆଜି ସକାଳୁ ଟ୍ୟୁସନ ସରିବା ପରେ ୬ଜଣ ଛାତ୍ର ସରସ୍ୱତୀ ମୂର୍ତ୍ତି ବିସର୍ଜନ କରିବା ପାଇଁ ବାଲିଅନ୍ତା ଥାନା ରଙ୍ଗ ବଜାର ନିକଟରେ ଥିବା କୁଆଖାଇ ନଦୀକୁ ବିସର୍ଜନ ପାଇଁ ଯାଇଥିଲେ । ମୂର୍ତ୍ତି ବିସର୍ଜନ ପରେ ୨ ଜଣ ଛାତ୍ର ନଦୀରେ ଗାଧୋଉଥିଲେ। ଅନ୍ୟ ୪ ଜଣ ଛାତ୍ର କୂଳରେ ଥିଲେ। ହେଲେ ଦୁର୍ଭାଗ୍ୟବଶତଃ ପାଣିରେ ବୁଡିଗଲେ ଦୁଇ ଜଣ ଛାତ୍ର । ଏହାପରେ ଅଗ୍ନିଶମ ବାହିନୀ ଦ୍ୱାରା ଦୁଇ ଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତଦେହ ଘୋଷଣା କରିଛନ୍ତି ।
ତେବେ ଦୁଇ ମୃତ ଛାତ୍ର ଭୁବନେଶ୍ୱର ପିଚୁ ବସ୍ତି ଅଞ୍ଚଳର ସିକୁନ ସେନାପତି ଓ ଦିବ୍ୟଜୋତି ମହାଳିକ। ବୋଲି ଜଣାପଡିଛି । ଉଭୟ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ । ଏହି ଘଟଣାରେ ବାଲିଅନ୍ତା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ :- ବାରବାଟୀରେ ଟିକେଟ୍ ପାଇଁ ଠେଲାପେଲା