ଭୁଶୁଡିଲା ନିର୍ମାଣଧୀନ ବ୍ରିଜ୍ ପିଲର । ପିଲର ତିଆରି ହେବାର ୨୪ ଘଣ୍ଟା ପୂରିନି କିନ୍ତୁ ଭୁଶୁଡିଲା ପିଲର । ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ନୀଳଗିରି ଅଞ୍ଚଳର ଅସ୍ତିଆ ଛକ ନିକଟରେ ଘଟିଛି ଏ ଘଟଣା । ବ୍ରିଜ୍ ନିର୍ମଣାର ଗୋଟେ ଦିନ ହୋଇନି କିନ୍ତୁ ତାର ପରିଣତି ଏବେ ସମସ୍ତଙ୍କ ଆଗରେ । ଏତେ ନିମ୍ନମାନର କାମ ହୋଇଛି ଯେ, ନିର୍ମାଣ ହେଉ ହେଉ ଭୁଶୁଡି ପଡିଲା । ବ୍ରିଜ୍ ହୋଇଥିଲା ଗୋଟେ ପଟରୁ ଆର ପଟକୁ ସହଜରେ ଯିବା ଆସିବା କରିପାରିବେ କିନ୍ତୁ ବ୍ରିଜଟି ଭୁଶୁଡି ପଡିଛି । ପିଲର ଭୁଶୁଡିବା ସମୟରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ବ୍ରିଜ୍ ପିଲର ଭୁଶୁଡିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଯାଇଛି । ଲୋକ ଏହି ବ୍ରିଜରେ ଯାତାୟାତ କରିବେ ତ ବୋଲି ପ୍ରଶ୍ନ ମଧ୍ୟ ଉଠୁଛି ।
ଆଗକୁ ପଢ଼ନ୍ତୁ : ରାସ୍ତା ପାଇଁ ଚାଲିଗଲା ରୋଗୀଙ୍କ ଜୀବନ