ଭୁବନେଶ୍ୱର: ବର୍ଷା ଋତୁ ଆସୁ ଆସୁ ଭୁବନେଶ୍ୱରରେ ଏକ ବଡ଼ ଅଘଟଣ ଘଟିଛି । ବାଣୀବିହାର ନିକଟର ଜଣେ ଯୁବକ ଭାସି ଯାଇ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଜଣକ ହେଲେ ଅନିଲ ସିଂ ।
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଭୁବନେଶ୍ୱରରେ ଡ୍ରେନରେ ବର୍ଷା ଜଳର ସ୍ରୋତ ରହିଛି । ବାଣୀବିହାର ଏବଂ ପଥରବନ୍ଧ ବସ୍ତି ମଧ୍ୟରେ ଥିବା ମୁକୁଳା ଡ୍ରେନରେ ଅନିଲ ସିଂ ନାମକ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ମଞ୍ଚେଶ୍ୱର ଅଗ୍ନିଶମ ଦଳ ଖବର ପାଇ ଘଟଣା ସ୍ଥଳରେ ପହଁଚି ଖୋଜା ଖୋଜି ଆରମ୍ଭ କରିଛି । ଅପରପକ୍ଷେ ଉକ୍ତ ସ୍ଥାନଟି ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଥିବାବେଳେ ଅନିଲ ସେଠାକୁ କେମିତି ଏବଂ କାହିଁକି ଗଲେ ତାହା ମଧ୍ୟ ଅସ୍ପଷ୍ଟ ରହିଛି ।