ରାସ୍ତା ପାଇଁ ଚାଲିଗଲା ରୋଗୀଙ୍କ ଜୀବନ । ପୁଣି ଥରେ ସାମ୍ନାକୁ ଆସିଛି ଏକ ଦୟନୀୟ ଘଟଣା । ପୁଣି ଖଟିଆରେ ବୁହା ହେଲେ ରୋଗୀ । ଗାଁ କୁ ଭଲ ରାସ୍ତାଟିଏ ନାହିଁ । ରାସ୍ତା ନଥିବାରୁ ଜରୁରୀ ପରିସ୍ଥିତିରେ ରୋଗୀଙ୍କ ପାଖରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ବିଳମ୍ବ ହେବାରୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଚାଲିଗଲା ରୋଗୀଙ୍କ ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ ।ରାଜ୍ୟ ସରକାର ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଆଦି ଉନ୍ନତି କ୍ଷେତ୍ରରେ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଗ୍ରାମକୁ ରାସ୍ତା ନ ଥିବାରୁ ରୋଗୀକୁ ଖଟିଆରେ ବୁହାହୋଇ ନେବା ଘଟଣା ସାମ୍ନାକୁ ଆସିଛି।
ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ମହାତୀପୁର ଅଂଚଳକୁ ଯିବାକୁ ଭଲ ରାସ୍ତା ଟିଏ ନାହିଁ । ଯାହାଫଳରେ ରୋଗୀ ମାନଙ୍କ ଚିକିତ୍ସା ପାଇଁ ଖଟିଆରେ ବୁହା ହେଉଛନ୍ତି । ଏହି ଘଟଣା ଏବେ ନୁହେଁ ଅଧିକାଂଶ ସମୟରେ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସୁଛି । କେତେବେଳେ ରାସ୍ତା ଉପରେ ପ୍ରସବ ହେଉଛି ତ କେତେବେଳେ ରାସ୍ତା ପାଇଁ ରୋଗୀଙ୍କ ଜୀବନ ଚାଲିଯାଉଛି । ବାରମ୍ବାର ଏଭଳି ଘଟଣା ଘଟିଚାଲିଛି କିନ୍ତୁ ଏ ସବୁକୁ ଅଣଦେଖା କରୁଛି ପ୍ରଶାସନ ।ରାଜ୍ୟ ସରକାର ତରଫରୁ ଲୋକ ମାନଙ୍କ ପାଇଁ ବିଭିନ୍ନ ସ୍କିମ କରୁଛନ୍ତି ହେଲେ ପ୍ରକୁତରେ ଅସୁବିଧାର ସାମ୍ନା କରୁଥିବା ଲୋକଙ୍କ ବେଳକୁ ଅଣଦେଖା କରୁଛନ୍ତି ପ୍ରଶାସନ । ସବୁକ୍ଷେତ୍ରରେ ଉନ୍ନତି କରିବା ପାଇଁ ଖାଲି ଡିଣ୍ଡିମ ପିଟୁଛନ୍ତି ।
ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ବେବି ଠିକ ସମୟରେ ଡାକ୍ତରଖାନାରେ ପହଁଞ୍ଚି ପାରୁନାହାଁନ୍ତି ରୋଗୀ । ଶେଷରେ ରୋଗୀ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଚାଲିଯାଉଛି ଜୀବନ । ବ୍ୟକ୍ତି ଜଣଙ୍କର ଦେହ ଅଧିକ ଖରାପ ହେବାରୁ ଆମ୍ବୁଲାନ୍ସକୁ ଡାକିଥିଲେ କିନ୍ତୁ ରାସ୍ତା ଏଭଳି ପରିସ୍ଥିତି ଯୋଗୁ ଗାଁ ଭିତରକୁ ଯାଇପାରିଲାଣି ଆମ୍ବୁଲାନ୍ସ ।ରୋଗୀକୁ ନେବାକୁ ଆସିଥିବା ୧୦୮ଆମ୍ବୁଲାନ୍ସ ଅଧା ରାସ୍ତାରେ ଅଟକି ଯାଇଥିଲା । ଶେଷରେ ଗାଁ ଲୋକେ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ପରେ ପରେ ତାଙ୍କୁ ବଡ ଡାକ୍ତରଖାନାକୁ ଅଣାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ସେଠାରେ ତାଙ୍କର ଜୀବନ ଚାଲିଯାଇଥିଲା । ଯଦି ସେ ଠିକ ସମୟରେ ଡାକ୍ତରଖାନାରେ ପହଂଚିଥାନ୍ତେ ତେବେ ହୁଏତ ଏଭଳି ସ୍ଥିତି ହୋଇନଥାନ୍ତା ।ତେବେ ଏଥିପାଇଁ ଦାୟୀ କିଏ । ପ୍ରଶାସନର ଏଭଳି ଅବହେଳା ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି ।
ଅଧିକ ପଢନ୍ତୁ :ବିଦ୍ୟୁତ ଆଘାତରେ ଚାଲିଗଲା ୨ ଶିଶୁଙ୍କ ଜୀବନ