ବିଦ୍ୟୁତ ଆଘାତରେ ଚାଲିଗଲା ୨ ଶିଶୁଙ୍କ ଜୀବନ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଂହପାଲି ଗାଁରୁ ଆସିଛି ଏପରି ଦୁଃଖଦ ଏବଂ ଅଭାବନୀୟ ଘଟଣା। ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଦୁଇ ନାବାଳକ ହେଲେ ସିଂହପାଲି ଗାଁର ନବୀନ ଡୁଙ୍ଗଡୁଙ୍ଗଙ୍କ ପୁଅ ଜିତ ଓ ପୁତୁରା ରମେଶ। ଦୁଇ ନାବାଳକଙ୍କୁ ଉଦ୍ଧାର କରିବା ପାଇଁ ନବୀନ ଡୁଙ୍ଗଡୁଙ୍ଗ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ଅଧିକ ତଦନ୍ତ କରୁଛି।
ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଂହପାଲି ଗାଁରେ ବିଦ୍ୟୁତ୍ ତାର ଲାଗି ୨ ଶିଶୁ ମୃତ। ମୃତ ଦୁଇ ନାବାଳକ ହେଲେ ସିଂହପାଲି ଗାଁର ନବୀନ ଡୁଙ୍ଗଡୁଙ୍ଗଙ୍କ ପୁଅ ଜିତ ଓ ପୁତୁରା ରମେଶ। ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ନାବାଳକ ନିଜ ନବୀନଙ୍କ ସହିତ ଧାନ କ୍ଷେତ ଜଗିବାକୁ ବିଲକୁ ଯାଇଥିଲେ। ଯିବା ବାଟରେ ବାରହା ଶୀକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଦୁଇ ଶିଶୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ନବୀନ ଡୁଙ୍ଗଡୁଙ୍ଗ ଆହତ ହୋଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଦୁଇ ଶିଶୁଙ୍କ ମୃତଦେହ ବ୍ୟବଛେଦ ପାଇଁ ପଠାଇ ପୋଲିସ ତଦନ୍ତ ଜାରି ରଖିଛି। ତେବେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ତାହାର ତଦନ୍ତ କରୁଛି।
ଅଧିକ ପଢନ୍ତୁ ; ରାୟଗଡ଼ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୧ଦଫା ଦାବି ନେଇ ବିକ୍ଷଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ