ରାୟଗଡ଼ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୧ଦଫା ଦାବି ନେଇ ବିକ୍ଷଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ। ରାୟଗଡ଼ ବିଜେପି ଦଳ ପକ୍ଷରୁ ସଦର ମହକୁମାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ବିଜେପି ଦଳ ପକ୍ଷରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ କର୍ମୀ ବିଶାଳ ପଦଯାତ୍ରାରେ ବାହାରି ରାୟଗଡ଼ ପୌର ପରିଷଦ କାର୍ଯନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେମାନଙ୍କର ୧୧ଗୋଟି ଦାବି ରହିଛି ଯାହା ପୂରଣ ହେଉ ବୋଲି ବିଜେପି ପକ୍ଷରୁ ଦାବି ରହିଛି। ତେବେ ଆଗାମୀ ଦିନରେ ଯଦି ଏହି ସବୁ ଦାବି ଗ୍ରହଣ କରା ନ ଯାଏ ତେବେ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବେ ଏବଂ ପୌର ପରିଷଦ ଓ ବ୍ଲକ ଅଫିସ୍ ମଧ୍ୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ଅନୁସାରେ , ବିଜେପି ପାର୍ଟି ପକ୍ଷରୁ ଯେଉଁ ୧୧ଦଫା ଦାବି ନେଇ ବିକ୍ଷଭ କରାଯାଇଛି ସେଗୁଡିକ ହେଲା ମାର୍କେଟରେ ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା କରିବା, ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ଭତ୍ତା ମାସିକ ତିନି ହଜାର ବୃଦ୍ଧି, ରେଳବାଇ ଦ୍ୱାରା ବିସ୍ଥାପିତ ପରିବାରଙ୍କୁ ତୁରନ୍ତ ଥଇଥାନ ଦାବି, ଭୂମିହୀନଙ୍କୁ ଚିହ୍ନଟ କରି ଭୂମି ପଟା ପ୍ରଦାନ କରିବା, ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଭେଣ୍ଡିଗ ଜୋନ ପ୍ରଦାନ, ସମସ୍ତ ୱାର୍ଡରେ ରାସ୍ତା ଓ ଡ୍ରେନେଜ୍ ନିର୍ମାଣ, ରାଣିଗୁଡ଼ା ଠାରୁ ମଝୀଘରିଆଣୀ ମନ୍ଦିର ରାସ୍ତାରେ ଆଲୋକି କରଣ ବ୍ୟବସ୍ତା, ରାୟଗଡ଼ର ମେରୁଦଣ୍ଡ ସାଜିଥିବା ଓଭର ବ୍ରିଜ ର ତୁରନ୍ତ ମରାମତି, ସହର ରେ ଲାଗିଥିବା ସିସିଟିଭି ସଠିକ୍ ଭାବେ ରକ୍ଷଣ ବେକ୍ଷଣ ବ୍ୟବସ୍ଥା କରିବା, ପୌର ପରିଷଦର ସ୍ୱଚ୍ଛ ସାଥୀ ମାନଙ୍କ ଦ୍ୱାରା ଯେଉଁ ୩୦ଟଙ୍କା ପ୍ରତି ଘର ଠାରୁ ଆଦାୟ କରାଯାଉଛି ତାହା ବନ୍ଦ କରାଯାଉ। ଏହିଭଳି ୧୧ଗୋଟି ଦାବି ନେଇ ବିଜେପି ସ୍ୱର ଉତ୍ତୋଳନ କରିବା ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଯଦି ଏହି ସବୁ ଦାବି ଗ୍ରହଣ କରା ନ ଯାଏ ତେବେ ଭାରତିୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବେ ଏବଂ ପୌର ପରିଷଦ ଓ ବ୍ଲକ ଅଫିସ୍ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ଉକ୍ତ ଦାବିପତ୍ର ପ୍ରଦାନ ବେଳେ ରାୟଗଡ଼ ସହର ସଭାନେତ୍ରୀ ମଞ୍ଜୁଳା ମିନୀୟାକା, ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲକା, ବିଜେପି ରାଜ୍ୟ ସଂଯୋଜକ କାଳିରାମ ମାଝି, ଜିଲ୍ଳା ବିଜେପି ନେତା ଟୁଟୁ ଦାସ ଓ ଦଳର ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।
ଅଧିକ ପଢନ୍ତୁ ; ଲୋକଙ୍କୁ ଜାଗରଣ ଏହି ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ