ଆଜି ସମ୍ବଲପୁର ଜିଲ୍ଲା ମାଲଗୁଣ୍ଡ ଠାରେ କେନ୍ଦ୍ରସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ନେଇ ଆସିଥିବା ରଥକୁ ସ୍ୱାଗତ କରାଯାଇଥିଲା l ଆମ ସଂକଳ୍ପ ବିକଶିତ ଭାରତ ଲକ୍ଷ କୁ ସାଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସାରା ଦେଶରେ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l
ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ମାଲଗୁଣ୍ଡ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଙ୍ଗାଲି ବିଧାୟକ ନାଉରି ନାଏକଙ୍କ ସମେତ ଜିଲ୍ଲା ଓ ବ୍ଲକ ପ୍ରଶାସନର ବହୁ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଉଦ୍ବୋଧନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି 2047 ପର୍ଯ୍ୟନ୍ତ ବିକଶିତ ଭାରତ ଗଠନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଯେଉଁ ସଂକଳ୍ପ ରହିଛି ତାହାକୁ ଦୋହରାଇ ଥିଲେ l ଏଥିସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ ଉପରେ ଶ୍ରୀ ପ୍ରଧାନ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଲାଗିଥିବା ବିଭିନ୍ନ ଷ୍ଟଲ କୁ କେନ୍ଦ୍ରମନ୍ତ୍ରୀ ବୁଲି ଦେଖିବା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତି ବିଶେଷ ତଥା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ l ଏଥିସହ କେନ୍ଦ୍ରମନ୍ତ୍ରୀ ଏହି ଅବସରରେ 'ନମୋ ଡ୍ରୋନ ଦିଦି' କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ l
ଅଧିକ ପଢନ୍ତୁ :- ଏହି ବେନାମୀ ଧନର ମୂଳ ଉତ୍ସ କେଉଁଠି ?