ଭୁବନେଶ୍ୱର : ଆଗାମୀ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ଏବଂ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଏହି ଭୋଟର ତାଲିକା ପ୍ରସ୍ତୁତି ଏବଂ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହାକି ଆସନ୍ତା ସେପ୍ଟେମ୍ବର ମାସରୁ ଅଧିକ ଜୋରଦାର ହେବ।୨୩ ସେପ୍ଟେମ୍ବରରେ ମାଷ୍ଟର୍ ଟ୍ରେନର୍ମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଭୁବନେଶ୍ୱର ଷ୍ଟେଟ୍ କନଭେନସନ୍ ସେଣ୍ଟର ଗ୍ରାଉଣ୍ଡ ଫ୍ଲୋରରେ କରାଯିବ। ପରିବାରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ବୁଥରେ ଭୋଟ ଦେବା ପାଇଁ ତାଲିକା ପ୍ରସ୍ତୁତି । ନିଜ ୱାର୍ଡରେ ଭୋଟରମାନଙ୍କୁ ଭୋଟ ଦେବାର ସୁବିଧା କରାଇବା ।ଅସ୍ଥାୟୀକୁ ବୁଥକୁ ସ୍ଥାୟୀ ବୁଥରେ ପରିଣତ କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ । ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଭୋଟର ଲିଷ୍ଟରେ ସ୍ବଚ୍ଛତା ପାଇଁ ଘର ଘର ବୁଲି ସର୍ଭେ କରାଯିବ।
ସୂଚନା ଥାଉକି ଆସନ୍ତା ୨୦୨୭ ମସିହା ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ଓଡ଼ିଶାରେ ପଞ୍ଚାୟତନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନ (SEC) ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରି ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।