ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଅନୁଷ୍ଠିତ ହେଉଛି।
ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ନାମାଙ୍କନ ପତ୍ର ଦାଖଲ ପୂର୍ବାହ୍ନ ୧୦:୦୦ ରୁ ଅପରାହ୍ନ ୦୧:୦୦ ପର୍ଯ୍ୟନ୍ତ ହେବ। ନାମାଙ୍କନ ପତ୍ର ଯାଞ୍ଚ ଅପରାହ୍ନ ୦୨:୦୦ ରୁ ୦୪:୦୦ ପର୍ଯ୍ୟନ୍ତ ଚାଲିବ। ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ସନ୍ଧ୍ୟା ୦୫:୦୦ ସମୟରେ ହେବ ।
ଆସନ୍ତାକାଲି (୧୦ ଅକ୍ଟୋବର) ପ୍ରାର୍ଥିପତ୍ର ପ୍ରତ୍ୟାହାର ସକାଳ ୧୦:୦୦ ରୁ ଦିପହର ୦୧:୦୦ ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ଅପରାହ୍ନ ୦୩:୦୦ ଅନୁଷ୍ଠିତ ହେବ।
ସେହିପରି ୧୪ ଅକ୍ଟୋବର ରେ 'Why I Stand For' ବୈଠକ ।୧୫ ଅକ୍ଟୋବର: ସକାଳ ୦:୦୦ ରୁ ଅପରାହ୍ନ ୦୨:୦୦ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଏବଂ ସେହିଦିନ ହିଁ ଫଳାଫଳ ଘୋଷଣା କରାଯିବ। ୧୬ ଅକ୍ଟୋବର ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ।
ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ କ୍ୟାମ୍ପସରେ ଏହି ନିର୍ବାଚନ ହେବାକୁ ଯାଉଛି। ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁସାରେ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟ ଓ ୩୨୮ଟି ମହାବିଦ୍ୟାଳୟରେ ହେବ ନିର୍ବାଚନ ।