କଣ୍ଠଶିଳ୍ପୀ ସୌରୀନ ଭଟଙ୍କ ପାଇଁ ବଢ଼ିଲା ଅଡ଼ୁଆ। ସୌରୀନଙ୍କ ବିରୁଦ୍ଧରେ ଜାରି ହେଲା ଏନବିଡବ୍ଲୁ ବା ଜାମିନ ବିହୀନ ଗିରଫ ପରୱାନା। ଜାମିନ ବିହୀନ ଗିରଫ ପରୱାନା ପାଇଁ ପୋଲିସ ପକ୍ଷରୁ କୋର୍ଟରେ କରାଯାଇଥିବା ଆବେଦନକୁ ଅନୁମତି ଦେଇଛନ୍ତି କଟକ ଏସ.ଡି.ଯେ.ଏମ କୋର୍ଟ। ସୌରୀନ ଦୀର୍ଘ ଦିନ ଧରି ତଦନ୍ତରେ ସହଯୋଗ ନ କରିବାରୁ ଏନ ବି ଡବ୍ଲୁ ପାଇଁ ଆବେଦନ କରିଥିଲା ପୋଲିସ। ସୌରୀନଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ଜଣେ ଯୁବତୀ। ଏଥିପାଇଁ ସୌରୀନଙ୍କ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କରିବା ସହ ଏକାଧିକ ବ୍ୟାଙ୍କ ଅକାଉଣ୍ଟ ଫ୍ରିଜ କରିଥିଲା କମିଶନରେଟ ପୋଲିସ।
ସୂଚନା ଅନୁସାରେ , ଜଣେ ଯୁବତୀ ସୌରୀନଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ଆଣି ମହିଳା ଥାନାରେ ଅଭିଯୋଗ କରିଥିଲେ। ପୂର୍ବରୁ ସୌରୀନଙ୍କ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କରିବା ସହ ଏକାଧିକ ବ୍ୟାଙ୍କ ଅକାଉଣ୍ଟ ଫ୍ରିଜ କରିଥିଲା କମିଶନରେଟ ପୋଲିସ। ପୂର୍ବରୁ ସୌରୀନଙ୍କର ଆଗୁଆ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଥିଲେ ହାଇକୋର୍ଟ। ଏନ ବି ଡବ୍ଲୁ ଜାରି ପରେ ଯଦି ସେ ନ ମିଳନ୍ତି ତେବେ, ପୋଲିସ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି। ଏହା ପରେ ତାଙ୍କୁ ପଳାତକ ଘୋଷଣା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ପାରେ ବୋଲି ସୂଚନା ଦେଇଛନ୍ତି। ତାଙ୍କର ସଂମ୍ପତି ବ୍ୟାଯାପ୍ତି ପାଇଁ ମଧ୍ୟ ପ୍ରକ୍ରିୟା ଆଗକୁ ନେବାର ବ୍ୟବସ୍ଥା ରହିଥିବା କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ। ଯଦି ସୌରୀନଙ୍କର ଆଉ ଅଧିକ ବ୍ୟାଙ୍କ ଆକାଉଣ୍ଟ ନଜରକୁ ଆସେ ତେବେ ସେଗୁଡିକୁ ମଧ୍ୟ ଫ୍ରିଜ କରାଯିବ ବୋଲି କହିଛନ୍ତି ଏବଂ ଏବେ ବି ସୌରୀନଙ୍କ ପାଖରେ ପହଞ୍ଚିବା ପାଇଁ ପୋଲିସ ଟିମ ଚେଷ୍ଟା ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଅଧିକ ପଢନ୍ତୁ ; ୩.୩୩ କୋଟି ଟଙ୍କାର ଠକେଇ, ୨ ପୂର୍ବତନ କର୍ମଚାରୀଙ୍କୁ ଗିରଫ କଲା ଇଓଡବଲ୍ୟୁ