ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଦୁଇ ପୂର୍ବତନ କର୍ମଚାରୀଙ୍କୁ ୩ କୋଟି ୩୩ଲକ୍ଷ ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଗିରଫ କରାଯାଇଛି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଦୁଇ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନେତିକ ଅପରାଧ ଶାଖା(ଇଓଡବଲ୍ୟୁ) । ଦୁଇ ଅଭିଯୁକ୍ତଙ୍କୁ କେନ୍ଦୁଝର ଓ ଭୁବନେଶ୍ବରରୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର କଟକ ଭଦ୍ରେଶ୍ବର ଶାଖାର ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଡମ୍ବରୁଧର ନାୟକ ଓ ପୂର୍ବତନ ଆଗ୍ରିକଲଚର ଅଫିସର ଦେବୀଦତ୍ତ ପାଣିଗ୍ରାହୀ । ଘଟଣା ହେଉଛି ୨୦୧୫ରୁ ୨୦୧୮ ମଧ୍ୟରେ ୩ କୋଟି ୩୩ଲକ୍ଷ ୫୨ ହଜାର ୬୦୨କୋଟି ଟଙ୍କାର ଠକେଇ କରିଥିଲେ ଡମ୍ବରୁଧର ନାୟକ ଓ ଦେବୀଦତ୍ତ ପାଣିଗ୍ରାହୀ । ସେଣ୍ଟ୍ରାଲ କିସାନ କ୍ରେଡିଟ କାର୍ଡ ଏବଂ ଟର୍ମ ଲୋନ ଆକାଉଣ୍ଟ ଜରିଆରେ ସରକାରୀ ସବସିଡି ଟଙ୍କାକୁ ଲୁଟି ଆତ୍ମସାତ କରିଦେଇଥିଲେ । ଏହାର ଅଭିଯୋଗ ନେଇ ବ୍ୟାଙ୍କର ଭୁବନେଶ୍ବର ଆଞ୍ଚଳିକ ମୁଖ୍ୟ ଇଓଡବଲ୍ୟୁର ଦ୍ବାରସ୍ଥ ହୋଇଥିଲେ। ତଦନ୍ତ ପରେ ବିଭିନ୍ନ ପ୍ରକାର କାଗଜ ପତ୍ର ଜବତ ହୋଇଛି ଏବଂ ଏ ନେଇ ଅନେକ ତଥ୍ୟ ଲାଗିଛି ଅର୍ଥନେତିକ ଅପରାଧ ଶାଖା ହାତରେ ।
ଅଧିକ ପଢନ୍ତୁ : ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ଡ:୩ ଆହାତ