ଯାଜପୁର: ସରସ୍ଵତୀ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ ୫ ଆହତ । ସମସ୍ତ ଆହତ ବ୍ୟକ୍ତିଙ୍କୁ ଯାଜପୁର ଜିଲ୍ଲାର ଯଯାତି କେଶରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର ସଦର ଥାନା ଅନ୍ତର୍ଗତ ନାଥସାହୀ ଆଦମ୍ ପୁର ଗାଁ ରେ ଘଟିଛି ଏଭଳି ଘଟଣା ।
ଗତକାଲି ବିଳମ୍ବିତ ରାତିରେ ନାଥସାହୀ ଆଦମ୍ ପୁର ଗାଁରେ ସରସ୍ୱତୀ ମେଢ଼ ଭସାଣି ଉତ୍ସବ ହେଉଥିବା ବେଳେ କୌଣସି କାରଣରୁ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକାଟି ହୋଇଥିଲା । ଗୋଟିଏ ଗୋଷ୍ଠୀ ଛିଡ଼ା ହୋଇ ଭସାଣ ଉତ୍ସବ ଦେଖୁଥିବାବେଳେ ଅପର ଗୋଷ୍ଠୀ ଯୁକ୍ତିତର୍କ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ଏହା ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଉଭୟ ପକ୍ଷ ମଧ୍ୟରେ ପିଟାପିଟି ହେବାରୁ ୨ ଗୋଷ୍ଠୀର ୫ ଜଣ ଆହତ ହୋଇଥିଲେ । ସମସ୍ତ ଆହତ ଯଯାତି କେଶରୀ ମେଡିକାଲ କଲେଜରେ ଭର୍ତି ହୋଇଛନ୍ତି।
ପୂର୍ବ ବର୍ଷର ଭସାଣୀ ଉତ୍ସବକୁ ନେଇ ଏହି ବିବାଦ ହୋଇଥିବା ଜଣାପଡ଼ିଛି । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ- ରାଜ୍ୟର ୮ ସରକାରୀ ବାବୁଙ୍କ ଘରୁ ମିଳିଛି କୋଟି କୋଟି ଟଙ୍କା ନଗଦ ଟଙ୍କା, ପଢ଼ନ୍ତୁ ରିପୋର୍ଟ...
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ସରସ୍ୱତୀ ମୂର୍ତ୍ତି ବିସର୍ଜନବେଳେ ଭୁବନେଶ୍ଵର ଉପକଣ୍ଠ କୁଆଖାଇ ନଦୀରେ ଦୁଇ ଛାତ୍ର ବୁଡ଼ି ପ୍ରାଣ ହରାଇଥିଲେ । ମୂର୍ତ୍ତୀ ଭସାଇବାକୁ ଟ୍ୟୁସନ ସାରଙ୍କ ସହ କୁଆଖାଇକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା । ଅଗ୍ନିଶମ ବାହିନୀ ଦ୍ୱାରା ଦୁଇ ଜଣ ଛାତ୍ରଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତଦେହ ଘୋଷଣା କରିଥିଲେ । ଦୁଇ ମୃତ ଛାତ୍ର ଭୁବନେଶ୍ୱର ପିଚୁ ବସ୍ତି ଅଞ୍ଚଳର ସିକୁନ ସେନାପତି ଓ ଦିବ୍ୟଜୋତି ମହାଳିକ ।