ଫୁଲବାଣୀ: ଧିରେ ଧିରେ ହିଂସା ପଥ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଏହି କ୍ରମରେ ଆଜି ଚାରି ଜଣ ସିପିଆଇ(ଏମ୍)ର କେକେବିଏନ୍ ଡିଭିଜନର ସଦସ୍ୟ ମାଓବାଦୀ ଫୁଲବାଣୀ ଏସପି ବି ସି ହରିଶଙ୍କ ନିକଟରେ ସଶସ୍ତ୍ର ଆତ୍ମସମର୍ପଣ କରିଛନ୍ତି । ଏ ନେଇ ଦକ୍ଷିଣାଞ୍ଚଳ ଆଇ ଜି ନୀତି ଶେଖର ସୂଚନା ଦେଇଛନ୍ତି ।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଜଣେ ପୁରୁଷ ଏବ ୩ ଜଣ ମହିଳା ଅଛନ୍ତି । ସେମାମାନେ ହେଲେ ଗଙ୍ଗା କୁଞ୍ଜମୀ ଓରଫ୍ ଜିତେନ୍ (୨୪), ମୁଚାକୀ ମାସେ ଓରଫ୍ ସୁମିତ୍ରା (୨୩), ଚୋମାଲି କୁଞ୍ଜମ୍ ଓରଫ୍ ଶାନ୍ତିଲା (୨୧) ଏବଂ ବନ୍ଦୀ ମାଡ଼ବୀ ଓରଫ୍ ମାଳତୀ (୨୨) । ଏମାନେ ସମସ୍ତେ ଛତିଶଗଡ଼ ରାଜ୍ୟର ମୂଳ ବାସିନ୍ଦା ଅଟନ୍ତି । ସେହିପରି ସମସ୍ତେ ଗୋଟିଏ ଏସ୍ଏଲ୍ଆର୍ ରାଇଫଲ୍, ୨ଟି ୩୦୩ ରାଇଫଲ୍, ୧୨ ବୋର୍ ଗନ୍ ଗୋଟିଏ, ବିଭିନ୍ନ ରାଇଫଲର ୪୨ ରାଉଣ୍ଡ ଗୁଳି, ତାର, ରଶି, ମାଓ ପୁସ୍ତିକା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।
ବାରମ୍ବାର ରାଜ୍ୟ ସରକାରଙ୍କ ଆହ୍ୱାନ ପରେ ଏମାନେ ମୁଖ୍ୟ ସ୍ରୋତକୁ ଫେରିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ସମସ୍ତଙ୍କୁ ମୋଟ ୧୦ ଲକ୍ଷ ୩୦ ହଜାର ଆର୍ଥିକ ଅନୁଦାନ, ୨୫ ହଜାର ଲେଖାଏଁ ଅନ୍ତରୀଣ ଆତ୍ମସମର୍ପଣ ଟଙ୍କା ଏବଂ ବିବାହ ପାଇଁ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେହପରି ଅନ୍ତ୍ୟୋଦୟ ଗୃହ ଯୋଜନାରେ ବାସଗୃହ, ରାସନ କାର୍ଡ, ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ଯୋଗାଇ ଦିଆଯିବ ।
ଗତକାଲି, ଗତକାଲି କୋରାପୁଟ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରାଯାଇଛି । ସିପିଆଇ ମାଓବାଦୀ ମମତା ପୋଡ଼ିଆମୀର ଆତ୍ମସମର୍ପଣ ପରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହ ଘୋଷଣା କରିଥିଲେ । ମମତା ଏସ୍ଏଲ୍ଆର୍ ବନ୍ଧୁକ, ମାଗାଜିନ ଏବଂ ୧୦ଟି ଗୁଳିକୁ ଏପସିଙ୍କ ନିକଟରେ ଦାଖଲ କରିଛି ।