କୋରାପୁଟ: ବଡ଼ ଭାଇ ମିଳିମିଶି ମାରି ଦେଲେ ମଝିଆ ଓ ସାନ ଭାଇ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ତେନ୍ତୁଳିପଦର ପଞ୍ଚାୟତର କେନ୍ଦୁମୁଣ୍ଡା ଗାଁରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ପାଲୁସୁ ହୁଇକା । ପୋଲିସ ଦୁଇ ଭାଇଙ୍କୁ ଗିରଫ କରିଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଲଷ୍ମୀପୂର ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି ।
ଏସଡିପିଓଙ୍କ ସୂଚନା ମୁତାବକ, ଗତ ୨୬ ତାରିଖ ଦିନ କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ତେନ୍ତୁଳିପଦର ପଞ୍ଚାୟତର କେନ୍ଦୁମୁଣ୍ଡା ଗାଁର ପାଲୁସୁ ହୁଇକା ସାନ ଭାଇକୁ ଦୁଇ ଶହ ଟଙ୍କା ଧାର ଦେଇଥିଲେ । ସେହି ଟଙ୍କା ମାଗିବାରୁ ଦୁଇ ଭାଇଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଶେଷରେ ଏକ ଟାଙ୍ଗିଆ ସାହାଯ୍ୟରେ ସାନ ଓ ମଝିଆ ଭାଇ ମିଶି ବଡ଼ ପାଲୁସୁକୁ ହତ୍ୟା କରିଥିଲେ । ପୋଲିସ ଦୁଇ ଭାଇଙ୍କୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।