କେନ୍ଦୁଝର: ପୁଣି ଥରେ ବିଜୁ ଜନତା ଦଳକୁ ଶକ୍ତ ଝଟକା ଲାଗିଛି । କେନ୍ଦୁଝରରେ ଜଣେ ପୌର ଉପାଧ୍ୟକ୍ଷ ଓ ୮ ଜଣ କାଉନସିଲର୍ ଇସ୍ତଫା ଦେଇଛନ୍ତି । ଏହା ସହିତ ୩ ଜଣ ସାଧାରଣ ସମ୍ପାଦକ ଦଳର ପ୍ରାଥମିକ ସଦସ୍ୟତା ପଦରୁ ରବିବାର ଇସ୍ତଫା ଦେଇଛନ୍ତି ।
ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ, ୧ ନଂ ୱାର୍ଡ କାଉନସିଲର ସନତ କୁମାର ସାହୁ, ୭ ନଂ ୱାର୍ଡ କାଉନସିଲର ଅବିନାଶ ମିଶ୍ର, ୮ ନଂ ୱାର୍ଡ କାଉନସିଲର ଦୟାନିଧି ପାତ୍ର, ୧୦ ନଂ ୱାର୍ଡ କାଉନସିଲର ପଦ୍ମିନୀ ପାତ୍ର, ୧୨ ନଂ ୱାର୍ଡ କାଉନସିଲର କରୁଣାକର, ୧୫ ନଂ ୱାର୍ଡ କାଉନସିଲର ଭଗବାନ ନାଏକ, ୧୬ ନଂ ୱାର୍ଡ କାଉନସିଲର ସବିତା ପଟ୍ଟନାୟକ ଏବଂ ୨୧ ନଂ ୱାର୍ଡ କାଉନସିଲର ହେମନ୍ତ କୁମାର ପତି ।
ସେହିପରି ତିନି ଜଣ ସାଧାରଣ ସମ୍ପାଦକ ଶୁଭେନ୍ଦୁ ପଟ୍ଟନାୟକ, ସନତ କୁମାର ସାହୁ ଏବଂ ବରଦା ପ୍ରସନ୍ନ ଦାସ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେମାନେ ବ୍ୟକ୍ତିଗତ କାରଣ ଦର୍ଶାଇ ସାମୂହିକ ଇସ୍ତଫା ପତ୍ର ଦଳର ସୁପ୍ରିମୋଙ୍କ ନିକଟକୁ ପଠାଇ ଦେଇଛନ୍ତି । ଇସ୍ତଫା ଦେଇଥିବା କର୍ମୀ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।