ଭୁବନେଶ୍ୱର : ଭାରସାମ୍ୟ ହରାଇ ବାଉଁଶ ବୋଝେଇ ଟ୍ରକକୁ ପିଟିଲା ବାଲି ବୋଝେଇ ଟ୍ରକ୍। ଫଳରେ ବାଉଁଶଗୁଡିକ ବାଲି ବୋଝେଇ ଟ୍ରକ କାଚ ଭିତରେ ପଶିଗଲା। ଏପରିକି ବାଲି ବୋଝେଇ ଟ୍ରକ୍ ମଧ୍ୟ ଓଲଟି ପଡିଛି। ତେବେ ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁସାରେ, ଆଜି ଭୋର ସମୟରେ ଚନ୍ଦ୍ରଶେଖରପୁର ଛକ ନିକଟ ରାସ୍ତା ଦେଇ ଏକ ବାଉଁଶ ବୋଝେଇ ଟ୍ରକଟି ଯାଉଥିଲା। ସେହିସମୟରେ ବିପରୀତ ଦିଗରୁ ଆସୁଥିବା ଏକବାଲି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ବାଉଁଶ ବୋଝେଇ ଟ୍ରକ ଧକ୍କା ଦେଇଛି। ଯାହାଫଳରେ ବାଲି ବୋଝେଇ ଟ୍ରକର କାଚ ଭାଙ୍ଗିବା ସହିତ ଟ୍ରକଟି ଓଲଟି ପଡିଛି। ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ଡ୍ରାଇଭର ଜଣଙ୍କ ଗୁରୁତର ହୋଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଡ୍ରାଇଭରକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ।
ତେବେ ଗତକାଲି ବିଳମ୍ବିତ ରାତିରେ ମଧ୍ୟ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଛି। ଦୁଇଟି ସ୍କୁଟରକୁ ପଛରୁ ପିଟିଲା କାର। ଦୁର୍ଘଟଣା ଘଟାଇ ଡିଭାଇଡର ଉପରେ ଚଢିଗଲା କାର। ତେବେ କାର ଧକ୍କାରେ ଭାଙ୍ଗିରୁଜି ଚୁରମାର ହୋଇଗଲା ସ୍କୁଟର। ଏହାସହିତ ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି। ତେବେ ଦୁଇଥର ଉକ୍ତ ସ୍ଥାନରେ ଦୁର୍ଘଟଣା ଚିନ୍ତାର ବିଷୟ ପାଲଟିଛି ପୋଲିସ ମଧ୍ୟ ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ ; ହୁତୁହୁତୁ ହୋଇ ଜଳିଗଲା ୭ ଦୋକାନ ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ