ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଦଶପଲ୍ଲା ଥାନା ଅଧୀନ ଟାକେରା ଘାଟି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୧୫ ଜଣ ଯାତ୍ରୀ ଗୁରୁତର ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଯାତ୍ରୀମାନେ ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ, ସୁମତି ସାହୁ ଏବଂ ପ୍ରବୀଣ ସାହୁ।
ସୂଚନା ଅନୁସାରେ ଘରୋଇ ଯାତ୍ରୀବାହୀ ବସ୍ଟି ବ୍ରହ୍ମପୁରରୁ ବାହାରି ବଲାଙ୍ଗୀର ଜିଲ୍ଲାର ହରିଶଙ୍କରକୁ ଯାଉଥିଲେ। ଏଥିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଥିଲେ। ତେବେ ବସ୍ଟି ଦଶପଲ୍ଲା ଥାନା ଟାକେରା ନିକଟ ହନୁମାନଘାଟି ବୁଲାଣୀ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସାମ୍ନା କରିଥିଲା। ବସ୍ ଭିତରେ ଥିବା ସମସ୍ତ ଯାତ୍ରୀ ଚାପି ହୋଇଯାଇଥିଲେ।
ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ମାମଲାର ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: କଂଗ୍ରେସ ପ୍ରଧାନମନ୍ତ୍ରୀ ଫୋନ୍ କରି ଦେଉଥିଲେ ଋଣ