ଭୁବନେଶ୍ବର : ପୁଣି କମିଲା ସୁନା ଏବଂ ରୂପା ଦାମ। ଗ୍ରାହକଙ୍କ ପାଇଁ ଖୋଲିଗଲା ଗହଣା କିଣିବାର ଏକ ସହଜ ବାଟ। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ତାହାଲେ ପ୍ରଥମେ ଜାଣି ନିଅନ୍ତୁ ଆଜି କଣ ରହିଛି ସୁନା ଦର। ଆଜି ୨୪ କ୍ୟାରେଟ ସୁନା ଦାମ ରହିଛି ୧,୪୪,୭୧୦ ଟଙ୍କା। ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୨,୬୫୦ ଟଙ୍କା। ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୪୦,୦୦୦ ଟଙ୍କା ହୋଇଛି।
ତେବେ କିଛି ଦିନ ହେବ ସୁନା ଦର କମୁଛି ଏବଂ ବଢୁଛି। ତେଣୁ କିଛି ଗ୍ରାହକ ସୁନା କମିବା ପାଇଁ ଉତ୍ସାହିତ ଥିବା ବେଳେ ଆଉ କିଛି ଲୋକେ ଦିନକୁ ଦିନ ଦର ଅଦଳବଦଳ ପାଇଁ ଚିନ୍ତା ବ୍ୟକ୍ତ କରୁଛନ୍ତି। ସେମାନେ ମଧ୍ୟ ସ୍ଥିର କରିପାରୁନାହାନ୍ତି କେଉଁ ସମୟରେ କଣ କିଣିଲେ ସେମାନେ ଲାଭବାନ ହେବେ। କିଛି ଗ୍ରାହକ ସୁନା କିଣୁ ଥିବା ବେଳେ କିଛି ଗ୍ରାହକଙ୍କ ପସନ୍ଦ ରୁପାରେ ନିର୍ମିତ ହୋଇଥିବା ଅଳଙ୍କାର।