ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ଆରମ୍ଭ ହେବାକୁ ଆଉ କେଇ ଘଣ୍ଟା ବାକି ରହିଲା । ଏହି ରଙ୍ଗାରଙ୍ଗ ଲିଗର ୧୯ତମ ସଂସ୍କରଣର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମୁକାବିଲା ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ସିଜିନ ଆରମ୍ଭ ହେବା ପୂର୍ବରୁ ହରଭଜନ ସିଂଙ୍କଠୁ ନେଇ ଇରଫାନ ପଠାନ ପର୍ଯ୍ୟନ୍ତ ଅନେକ ବରିଷ୍ଠ ଖେଳାଳି ଆଇପିଏଲ୍ ୨୦୨୬ର ଟପ-୪କୁ ନେଇ ନିଜ ନିଜର ଭବିଷ୍ୟତବାଣୀ କରିଛନ୍ତି ।
ଆସନ୍ତୁ ଜାଣିବା ଟପ୍-୪କୁ ନେଇ ବରିଷ୍ଠ ନେତାଙ୍କ ଭବିଷ୍ୟତବାଣୀ
ଫାପ ଡୁ ପ୍ଲେସିସ- ଏମଆଇ, ଆରସିବି, ପଞ୍ଜାବ କିଙ୍ଗ୍ସ ଓ ସିଏସକେ କିମ୍ବା ଡିସି
ଇରଫାନ ପଠାନ- ଏମଆଇ, ଡିସି, ପଞ୍ଜାବ କିଙ୍ଗ୍ସ ଓ ଆରଆର
ହରଭଜନ ସିଂ- ଏମଆଇ, ଏସଆରଏଚ, ପଞ୍ଜାବ କିଙ୍ଗ୍ସ, ଚତୁର୍ଥ ଟିମ୍ ପ୍ରଶଂସକ ନିଷ୍ପତ୍ତି ନିଅନ୍ତୁ
ଆକାଶ ଚୋପ୍ରା- ଏମଆଇ, ଡିସି, ଆରସିବି, ପଞ୍ଜାବ କିଙ୍ଗ୍ସ
ଚେତେଶ୍ୱର ପୂଜାରା- ଜିଟି, ସିଏସକେ, କେକେଆର, ଏମଆଇ
ମହମ୍ମଦ କୈଫ- ପଞ୍ଜାବ କିଙ୍ଗ୍ସ, ଡିସି, ଏମଆଇ, ଆରସିବି
ହନୁମା ବିହାରୀ- ଏସଆରଏଚ, ଡିସି, ପଞ୍ଜାବ କିଙ୍ଗ୍ସ, ଏମଆଇ
ପୀୟୂଷ ଚାୱଲା- ଏମଆଇ, କେକେଆର, ଆରସିବି, ପଞ୍ଜାବ କିଙ୍ଗ୍ସ
ସବା କରିମ- ଆରସିବି, ଏମଆଇ, ଡିସି, ସିଏସକେ
ସଞ୍ଜୟ ବାଙ୍ଗର- ଏମଆଇ, ଆରସିବି, ପଞ୍ଜାବ କିଙ୍ଗ୍ସ, ଡିସି
ଲକ୍ଷ୍ମୀପତି ବାଲାଜୀ- ସିଏସକେ, ଏମଆଇ, ଆରସିବି, ଏସଆରଏଚ
ବରୁଣ ଆରୋନ- ଏସଆରଏଚ, ଏମଆଇ, ଆରସିବି, ସିଏସକେ
Also Read: ପୁଣି ବାରବାଟୀରେ ଦେଖିବାକୁ ମିଳିବ କ୍ରିକେଟର କ୍ରେଜ୍; ଡିସେମ୍ବରରେ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍