ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ର ଉଦଘାଟନୀ ମ୍ୟାଚ୍ ମାର୍ଚ୍ଚ ୨୮ରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ । ତେବେ ଏଥର ଆଇପିଏଲର ଉଦଘାଟନ ସମାରୋହୀ ହେବ ନାହିଁ । ଗୁରୁବାର ବିସିସିଆଇ ସଚିବ ଦେବଜିତ ସୈକିୟା ଏହାର ସୂଚନା ଦେଇଛନ୍ତି ।
ଗତ ବର୍ଷ ଜୁନ ୪ରେ ଆରସିବିର ଭିକ୍ଟ୍ରି ପରେଡ ସମୟରେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ପରିଜନ ପ୍ରତି ସମବେଦନା, ସ୍ମୃତି ଓ ସମ୍ମାନରେ ବିସିସିଆଇ ଉଦଘାଟନୀ ସମାରୋହ ନ କରିବାକୁ ନିଷ୍ପତ୍ତି ନେଇଛି । ଗତ ବର୍ଷ ଆରସିବି ପଞ୍ଜାବ କିଙ୍ଗ୍ସକୁ ହରାଇ ନିଜର ପ୍ରଥମ ଟାଇଟଲ୍ ଜିତିଥିଲା ।
କଣ କହିଲା ବିସିସିଆଇ
ବିସିସିଆଇ ଶନିବାର ଆଇପିଏଲର ପ୍ରଥମ ମ୍ୟାଚ୍ ପୂର୍ବରୁ କୌଣସି ଉତ୍ସବ ଆୟୋଜିତ ନ କରିବାକୁ ନିଷ୍ପତ୍ତି ନେଇଛି । ବିସିସିଆଇ ସଚିବ ଦେବଜିତ ସୈକିୟା କହିଛନ୍ତି, ବିସିସିଆଇ ଓ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଆଇପିଏଲ୍ ୨୦୨୬ର ଗ୍ରାଣ୍ଡ ଉଦଯାପନୀ ସମାରୋହ କରିବାକୁ ଯୋଜନା କରୁଛନ୍ତି ।
ଆଇପିଏଲ ୨୦୨୬ର ଉଦଘାଟନୀ ମ୍ୟାଚ୍ ମେ ୩୧ରେ ଖେଳାଯିବ । ୧୦ଟି ଟିମକୁ ନେଇ ଆୟୋଜିତ ଏହି ଲିଗ୍ ପାଇଁ ବିସିସିଆଇ କେବଳ ୨୦ଟି ମ୍ୟାଚର କ୍ରୀଡାସୂଚୀ ଘୋଷଣା କରିଛି । ନିର୍ବାଚନ ଆୟୋଗ ଦ୍ୱାରା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବାରୁ ବାକି ମ୍ୟାଚର କାର୍ଯ୍ୟସୂଚୀ ଶୀଘ୍ର ଘୋଷଣା କରିପାରେ ବିସିସିଆଇ ।
ସୂଚନାଯୋଗ୍ୟ, ଗତ ସଂସ୍କରଣରେ ଭବ୍ୟ ଉଦଘାଟନୀ ସମାରୋହ ଆୟୋଜନ ହୋଇଥିଲା । ଏଥିରେ ଶାହରୁଖ ଖାନ, ଶ୍ରେୟା ଘୋଷାଲ, କରନ ଔଜାଲ ଓ ଦିଶା ପାଟନୀ ନିଜର ନୃତ୍ୟୁ କଳା ପ୍ରଦର୍ଶନ କରିଥିଲେ ।
Also Read: କିଏ ଜିତିବ IPL 2026ର ଟାଇଟଲ୍, ହୋଇଗଲା ବଡ଼ ଭବିଷ୍ୟତବାଣୀ