ଭୁବନେଶ୍ୱର: ବିଶ୍ୱ ବଜାରରେ ଏବେ ଇନ୍ଧନ ଦର ବୃଦ୍ଧି ଆଶଙ୍କା ଥିବା ବେଳେ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେଇଛି। ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ କମାଯାଇଛି। ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହା ଲୋକଙ୍କୁ ବଡ଼ ଆଶ୍ଵସ୍ତି ଦେବା ସହ ଜନକଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣ କରୁଛି। ଗୁଜବରେ ବିଶ୍ୱାସ ନକରି ଶାନ୍ତ ରହିବାକୁ ସେ ଆହ୍ୱାନ ଦେଇଛନ୍ତି।
ବର୍ତ୍ତମାନ ଇସ୍ରାଇଲ, ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାରା ବିଶ୍ୱ ଉପରେ ପଡିଛି। ଏହି କାରଣରୁ ବିଶ୍ୱରେ ଇନ୍ଧନ ଦର ବଢ଼ିବା ଆଶଙ୍କା ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ପ୍ରତି ଲିଟର ୧୦ ଟଙ୍କା ଏକ୍ସାଇଜ୍ ଶୁଳ୍କ କମାଇଛନ୍ତି।ପେଟ୍ରୋଲ ଓ ଡିଜେଲ ଦର ଉପରେ ଏକ୍ସାଇଜ ଶୁଳ୍କ ପ୍ରତି ଲିଟର ପିଛା ୧୦ ଟଙ୍କା କମାଇଛନ୍ତି। ସରକାର ଶୁଳ୍କ କମାଇବାରୁ ଏହା ୧୩ ଟଙ୍କାରୁ ଖସି ୩ ଟଙ୍କା ହୋଇଛି। ସେହିପରି ଡିଜେଲ ଉପରେ ୧୦ ଟଙ୍କାରୁ କମି ଶୂନ ହୋଇଛି। ଗ୍ଲୋବାଲ ଇନ୍ଧନ ସଙ୍କଟ ଓ ଦର ବୃଦ୍ଧି ଆଶଙ୍କା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।
ଯୁଦ୍ଧ ପରେ ଇରାନ ଦ୍ୱାରା ହର୍ମୁଜ ସମୁଦ୍ର ସଙ୍କୋଚ ଅବରୋଧ କରାଯାଇଥିବାରୁ ପରିସ୍ଥିତି ଅଧିକ ଗଭୀର ହୋଇଛି । ହର୍ମୁଜ ବିଶ୍ୱର ଏକ ପ୍ରମୁଖ ଇନ୍ଧନ ପରିବହନ ମାର୍ଗ। ଯୁଦ୍ଧ ଆଗରୁ ପ୍ରାୟ ୨୦ ପ୍ରତିଶତ ଗ୍ଲୋବାଲ କ୍ରୁଡ ତୈଳ ଓ ଗ୍ୟାସ ଏହି ସଙ୍କୋଚ ମାଧ୍ୟମରେ ଯାଉଥିଲା। ଭାରତ ପାଇଁ ଏହା ଅତ୍ୟନ୍ତ ଜରୁରୀ ମାର୍ଗ । ଭାରତ ଆମଦାନୀ କରୁଥିବା ତୈଳ ପ୍ରାୟ ଅଧା ଅଂଶ ଏହି ରାସ୍ତା ଦେଇ ଆସେ। ଏହା ସହ ପଶ୍ଚିମ ଏସିଆରୁ ବହୁ ପରିମାଣରେ ତରଳ ପ୍ରାକୃତିକ ଗ୍ୟାସ ଆମଦାନି କରେ । କତାର ଓ ଇରାନରୁ ଏହିମାର୍ଗ ଦ୍ୱାରା ବହୁ ପରିମାଣରେ ଏଲପିଜି ମଧ୍ୟ ଆମଦାନୀ କରାଯାଏ ।
ହର୍ମୁଜ ପରିବହନ ମାର୍ଗ ଉପରେ ଭାରତ ନିର୍ଭରଶୀଳ ଥିବାରୁ ଇରାନ ଯୁଦ୍ଧର ପ୍ରଭାବ ଭାରତ ଉପରେ ପଡିଛି। ଭାରତ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ, କାରଣ ଆମଦାନୀ ତୈଳର ବଡ଼ ଅଂଶ ଏହି ମାର୍ଗ ଦ୍ୱାରା ଆସେ। ସେହିପରି କତ୍ତାର ଓ ଇରାନରୁ ଏଲପିଜି ଓ ଗ୍ୟାସ ମଧ୍ୟ ଏହି ରାସ୍ତାରେ ଆସୁଛି। ତେବେ ସରକାର ଆଶ୍ୱାସନ ଦେଇଛନ୍ତି ଯେ, ଦେଶରେ ବର୍ତ୍ତମାନ ୬୦ ଦିନ ପାଇଁ ତୈଳ ଓ ୩୦ ଦିନ ପାଇଁ ଏଲପିଜି ମଜୁତ ରହିଛି। ତେଣୁ କୌଣସି ଅଭାବ ହେବ ନାହିଁ।