କଟକ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର। ପୁଣି ବାରବାଟୀରେ ଦେଖିବାକୁ ମିଳିବ କ୍ରିକେଟର କ୍ରେଜ୍। କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ T20 ମ୍ୟାଚ୍। ଡିସେମ୍ବର ୨୪ ତାରିଖରେ ବାରବାଟୀ ଷ୍ଟାଡିୟମରେ ଏକ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ଖେଳାଯିବାକୁ ନିଶ୍ଚିତ ହୋଇଛି। ଏହି ମ୍ୟାଚ୍ ଯୋଗୁଁ ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀକୁ ଆନ୍ତର୍ଜାତୀୟ କ୍ରିକେଟ ଫେରିବ, ଯାହା ସ୍ଥାନୀୟ ଫ୍ୟାନମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି।
୨୦୨୬-୨୭ ସିଜନ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଖେଳସୂଚୀରୁ ସ୍ପଷ୍ଟ ହୋଇଛି ଯେ, ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ୩ଟି ଓଡିଆଇ ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ଏହି ସିରିଜ୍ର ଦ୍ୱିତୀୟ ଟି-୨୦ ମ୍ୟାଚ୍ ବାରବାଟୀରେ ଖେଳାଯିବ। ପ୍ରଥମ ଟି-୨୦ ମ୍ୟାଚ୍ ରାଜକୋଟରେ ହେବ, ତୃତୀୟ ମ୍ୟାଚ୍ ପୁଣେରେ ଖେଳାଯିବ।
ବାରବାଟୀ ଷ୍ଟାଡିୟମର ଐତିହାସିକ ମହତ୍ତ୍ୱ ମଧ୍ୟ ଦର୍ଶକଙ୍କର ଉତ୍ସାହକୁ ଦ୍ୱିଗୁଣ କରୁଛି। ସେହିଠାରେ ୨୦୧୭ ମସିହାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ ଦର୍ଶକଙ୍କ ମନରେ ମଧୁର ସ୍ମୃତି ରହିଛି। ସେହି ମ୍ୟାଚ୍ରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୯୩ ରନ୍ରେ ପରାସ୍ତ କରି ବିଜୟୀ ହୋଇଥିଲେ।