ସୁବର୍ଣ୍ଣପୁର: ବିଦ୍ୟାଳୟ ଭିତରେ ଗୁଣ୍ଡାରାଜ । ଜଣେ ଛାତ୍ରଙ୍କୁ କରାଯାଉଛି ଆକ୍ରମଣ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସ୍ଥିତ ପିଏମଶ୍ରୀ ପଞ୍ଚାୟତ ସମିତି ହାଇସ୍କୁଲର ଜଣେ ନବମ ଶ୍ରେଣୀର ଛାତ୍ରକୁ କିଛି ଛାତ୍ର ଆକ୍ରମଣ କରିଛନ୍ତି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ବିଦ୍ୟାଳୟ ପୋଷାକରେ କିଛି ଛାତ୍ର ଓ ସାଦା ପୋଷାକରେ କିଛି ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କୁ ନିସ୍ତୁକ ମାଡ ମାରୁଥିବା ଭିଡିଓରୁ ସ୍ପଷ୍ଟ ହେଉଛି l ଯୁବକଙ୍କ ମାଡ଼ରେ ଛାତ୍ର ଜଣକ ଆହତ ହୋଇଥିବା ଜଣାପଡିଛି l ଆହତ ଛାତ୍ର ଜଣକ କହେଁଇପାଳିର ବୋଲି ଜଣାପଡିଛି l କେଉଁ କାରଣରୁ ଛାତ୍ରଙ୍କୁ ମାଡ ମରା ଯାଉଛି ତାହା ସ୍ପଷ୍ଟ ହୋଇନାହିଁ l ଏନେଇ ଛାତ୍ରଙ୍କ ବାପା ଉଲୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।